Only for Entertainment

ମିଶନ ମଙ୍ଗଲ’ର ପୋଷ୍ଟର ରିଲିଜ, ଅକ୍ଷୟଙ୍କୁ ନେଇ ପ୍ରଥମ ଥର ଏଭଳି ମତ ରଖିଲେ ଶତ୍ରୁଘ୍ନଙ୍କ ଝିଅ

aajtak
73

ଅକ୍ଷୟ କୁମାର, ବିଦ୍ୟା ବାଲନ, ସୋନାକ୍ଷି ସିହ୍ନା ଏବଂ ତାପସି ପନ୍ନୁ ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ ସ୍ୱାଧିନତା ଦିବସ ଅବସରରେ ରିଲିଜ ହେବାକୁ ଯାଉଛି । ନିକଟରେ ଏହି ଫିଲ୍ମର ପୋଷ୍ଟର ଓ ଟିଜର ଜାରି ହୋଇଥିବା ବେଳେ ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମରେ ଖାସ ଚରିତ୍ରରେ ଦେଖିବାର ସୁଯୋଗ ପାଇବେ ଦର୍ଶକ ।

‘ଯୋ ବିକତା ହେ ବୋ ଦିଖତା ହେ’ ବୋଲି ସୋନାକ୍ଷି ଏହି ଫିଲ୍ମକୁ ନେଇ ମତ ଦେଇଛନ୍ତି । ସୋନାଙ୍କ କହିବା ଅନୁସାରେ ବହୁ ପୂର୍ବରୁ ଏହି କଥା ମୋତେ ଜଣେ କହିଥିଲେ ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ମୁଁ ଭୁଲିପାରି ନାହିଁ । ଅକ୍ଷୟ କୁମାର ଜଣେ ପ୍ରସିଦ୍ଧ କଳାକାର ତେଣୁ ତାଙ୍କୁ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିପାରିଛି ।

 

ସେ ଏହା ମଧ୍ୟ କହିଛନ୍ତିଯେ ‘ମିଶନ ମଙ୍ଗଲ’ ଫିଲ୍ମରେ ଆମେ ସମସ୍ତେ ଏକ ଟିମ ଭଳି କାମ କରିଛୁ ଯାହା ଆମକୁ କୌଣସି ସମୟରେ ଜୁନିୟର, ସିନିୟରର ଫରକ୍ ଅନୁଭବ ହେବାକୁ ଦେଇନାହିଁ । ଏହି ଫିଲ୍ମଟି ସତ ଘଟଣା ଉପରେ ଆଧାରିତ । ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତିତ ଶରମନ ଯୋଶି, କିର୍ତ୍ତି କୁହ୍ଲାରି, ନିତ୍ୟା ମେନନଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More