Only for Entertainment

୫୦୦୦ ଫୁଟ ଉପରେ ଥିବା ବିମାନରୁ ଜବରଦସ୍ତି ଡେଇଁ ପଡ଼ିଲେ ଛାତ୍ରୀ………….

punjabkesari
124

ପ୍ରତିଦିନ କୌଣସି ନା କୌଣସି କଥାକୁ ନେଇ ବିଭିନ୍ନ ଘଟଣା ଭାଇରାଲ ହେବାର ଦେଖିବାକୁ ମିଳେ । ନିକଟରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟର ଜଣେ ୧୯ ବର୍ଷୀୟ ଛାତ୍ରୀ ପାଂଚ ହଜାର ଫୁଟ ଉପରେ ଥିବା ଉଡ଼ାଜାହାଜରେ ଏଭଳି କିଛି ବ୍ୟବହାର କଲେ ଯେ ବିମାନରେ ଥିବା କ୍ରୁ ମେମ୍ବରଙ୍କ ସହିତ ଯାତ୍ରୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଛାତ୍ରୀ ଜଣକ ନିଜର ଗବେଷଣା ପାଇଁ ଆଫ୍ରିକାର ମାଡାଗାସ୍କର ଦ୍ୱିପକୁ ଫିଲ୍ଡ ଟ୍ରିପ୍ ପାଇଁ ଯାଇଥଲେ, କିନ୍ତୁ ଫେରିବା ସମୟରେ ହଠାତ ତାଙ୍କୁ ପେରନୋୟା ଆଟାକ ହୋଇଥିଲା, ଏବଂ ସେ ୫୦୦୦ ହଜାର ଫୁଟ ଉପରେ ଥିବା ବିମାନରୁ ଡେଇଁ ପଡିଲେ । ସେହି ସମୟରେ ତାଙ୍କ ସାଙ୍ଗ ମଧ୍ୟ ତାଙ୍କ ସହ ଥିଲେ । ପାଇଲଟଙ୍କ ସାହାଯ୍ୟରେ ତାଙ୍କୁୁୁ ଧରି ରଖିବା ପାଇଁ ସବୁ ଉଦ୍ୟମ କରିଥିବା ସତ୍ତେ୍ୱ ଏଲାନା ନିଜକୁ ତାଙ୍କ କବଳରୁ ମୁକ୍ତି କରି ବିମାନରୁ ଡେଇଁ ପଡିଥିଲୋ ପୋଲିସର କହିବା ଅନୁସାରେ ଏଲାନା ନିଜେ ଏହି ଟ୍ରିପ୍ ଟି ଆୟୋଜନ କରିଥିଲେ, ଏହା ଫେଲ୍ ହେବା କାରଣରୁ ସେ ବହୁତ ନିରାଶ ହୋଇଗଲେ । ତାଙ୍କର ଏକ ଫଟୋ ମଧ୍ୟ ପୋଲିସ ଜାରି କରିଛି ।

ପୋଲିସର କହିବା ମୁତାବକ ଏଲାନାଙ୍କ ଶବକୁ ଠାବ କରିବା ଖୁବ କଷ୍ଟକର । ତେବେ ଏହି ଘଟଣାରେ ମର୍ମାହତ ହୋଇ ପଡ଼ିଛନ୍ତି ଏଲାନାଙ୍କ ବାପା ଓ ମା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More