Only for Entertainment

ସୋନାଲୀ ବେନ୍ଦ୍ରେ ସେୟାର କଲେ ନିଜ ନୂଆ ଲୁକ୍ସର ଭିଡିଓ, ପୋଷ୍ଟରେ ପ୍ରିୟଙ୍କାଙ୍କୁ କଲେ ଧନ୍ୟବାଦ ।

Zee News
0 50

ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ବଲିଉଡ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ । କିଛି ଦିନର ବ୍ୟବଧାନ ପରେ ସେ ଆଉ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଟିରେ ସୋନୀଲୀଙ୍କ ବିଭିନ୍ନ ହେୟାରଷ୍ଟାଇଲରେ ନଜର ଆସିଛି । ଏହାସହ ସେ ଏକ ଇମୋସନାଲ ମେସେଜ ମଧ୍ୟ ଲେଖିଛନ୍ତି ।

ସେ ଲେଖିଛନ୍ତି, ‘ଭେନିଟି ହେଉଛି ତାଙ୍କର ବହୁ ପସନ୍ଦ । କିଏ ବା ନଚାହେଁ ସୁନ୍ଦର ଦେଖାଯିବାକୁ । ଆମେ ଯେଉଁଭଳି ଦେଖାଯାଉ ତାହାର ସାଇକ୍ଲୋଜିକାଲ ପ୍ରଭାବ ଆମ ଉପରେ ପକାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମକୁ କିଏ ଖୁସି ଦେଇଥାଏ । ୱିକ ବା ବ୍ରାଇଟ ରେଡ ଲିପଷ୍ଟିକ୍ ବା ହାଇ ହିଲ୍ସ ଚପଲ । ତମକୁ କେହି ବି କହିପାରିବେନି ତମ ପାଇଁ କ’ଣ ଭଲ କ’ଣ ଖରାପ । ସେ ସେତେବେଳେ ୱିକ ପସନ୍ଦ କରୁଥିଲେ ସେତେବେଳେ ସେ ଭାବିଥିଲେ ସେ କ’ଣ ସୁନ୍ଦର ଦେଖାଯିବାକୁ ଚାହାନ୍ତି କି?’ କିଛି ଏଭଳି ଭାବନାତ୍ମକ ପୋଷ୍ଟ ସେୟାର କରିଛନ୍ତି ସୋନାଲୀ ।

 

View this post on Instagram

 

“Vanity is my favourite sin.” – Al Pacino Well, it might not be my all-time favourite sin (that would be gluttony ?), but who doesn’t like looking good? The way we look has a profound psychological impact on us… A little vanity here and there does no one any harm. It’s important to do what makes you happy, even if it’s something as simple as wearing a wig, bright red lipstick, high heels…. All that white noise doesn’t make a difference in the larger picture. No one can tell you what’s right or wrong for you. When I was testing out the wigs, I had a brief moment of self-doubt… “Am I vain for wanting to look good?” As part of the entertainment industry, you’re always expected to look good… Maybe that has been ingrained in me? But then I gave it a thought and I realized I like looking good for me. If I’m in the mood to wear a scarf, I will. If I want to walk around bald and free, I will. Only you know what would make you feel good, and what works best for you. So take every opportunity you can to #SwitchOnTheSunshine. #OneDayAtATime ?? Thank you @priyankachopra for connecting me with the amazing @bokheehair, who created my new look.

A post shared by Sonali Bendre (@iamsonalibendre) on

ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡିତ ହୋଇଥିଲେ ସୁନ୍ଦର ଦେଖାଯିବା ପାଇଁ ଆଶା ରହିଥାଏ । ବୋଧେ ସେଇଥିପାଇଁ ତାଙ୍କୁ ଏଭଳି ଭାବନା ଆସିଥିଲା । ତେବେ ବହୁ ଭାବିବା ପରେ ସେ ନିଜ ପାଇଁ ସୁନ୍ଦର ଦେଖାଯିବାକୁ ଚାହୁଛନ୍ତି । ସେ ଘରୁ ବାହାରକୁ ଗଲା ବେଳେ ସ୍କାର୍ଫ ପିନ୍ଧିକି ବି ଯିବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର ବୋଲି ସୋନାଲୀ ପୋଷ୍ଟରେ ଲେଖିଛନ୍ତି । କିଛି ଦିନରୁ ସୋନାଲୀ କ୍ୟାନସର ରୋଗରେ ପୀଡିତ ଥିବା ବେଳେ ନୁୟର୍କରେ ତାଙ୍କର ଚିକିତ୍ସା ଚାଲିଛି । ବହୁଥର ସୋନାଲୀ ଏହି ରୋଗକୁ ବହୁ ସାହସିକତା ଦୃଢ଼ତାର ସାମନା କରୁଥିବା ନଜର ଆସିଛନ୍ତି ।

ଏହି ପୋଷ୍ଟର ଶେଷରେ ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଧନ୍ୟବାଦ ଜଣାଇଛନ୍ତି । କାରଣ ପ୍ରିୟଙ୍କା ସୋନାଲୀଙ୍କ ନୂଆ ଲୁକ ପାଇଁ ହେୟାର ଷ୍ଟାଇଲିସଙ୍କ ସହିତ ସାକ୍ଷାତ କରିବାରେ ସାହାଯ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More