Only for Entertainment

କୋରିଅନ ଫିଲ୍ମର ହିନ୍ଦୀ ରିମେକରେ ନଜର ଆସିବେ ସୋନମ କପୁର, ‘ବଦଲା’ ନିର୍ଦ୍ଦେଶକ ସୁଜୋୟ ଘୋଷ କରିବେ ନିର୍ମାଣ

thepeninsulaqatar
32

ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ଫିଲ୍ମ ‘ ଦ ଜୋୟା ଫ୍ୟାକ୍ଟର’ରେ ନଜର ଆସିଥିଲେ । ଏହି ଫିଲ୍ମ ପରେ ସୋନମଙ୍କ ହାତରେ ଆଉ ଏକ ବଡ ପ୍ରୋଜେକ୍ଟ ଲାଗିଛି । ଅଭିନେତ୍ରୀ ଖୁବ ଶୀଘ୍ର ସୁଜୋୟ ଘୋଷଙ୍କ ଫିଲ୍ମ ‘ବ୍ଲାଇଣ୍ଡ’ରେ ନଜର ଆସିବେ । ସୋନମ ଏହି ପ୍ରୋଜେକ୍ଟ ପାଇଁ ହଁ ମଧ୍ୟ ଭରି ଦେଇଛନ୍ତି ।

‘ବ୍ଲାଇଣ୍ଡ’ ଏକ କୋରିଅନ ଫିଲ୍ମର ହିନ୍ଦୀ ରିମେକ । ଫିଲ୍ମକୁ ସୁଜୋୟ ଘୋଷଙ୍କ ସହିତ ବୟକମ ୧୮ ମଧ୍ୟ ମିଳିତ ଭାବେ ଏହାକୁ ପ୍ରଡ୍ୟୁସ କରିବେ । ଏହାର ନିର୍ଦ୍ଦେଶନା ଦେବେ ପ୍ରସିଦ୍ଧ ନିର୍ଦ୍ଦେଶକ ସୋମ ମଝିକା । ସୋମ ଏହା ପୂର୍ବରୁ ତୀନ ଏବଂ ଜିନ୍ଦାବାଦ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ କେବେ ରିଲିଜ ହେବା ଏବଂ ସୋନମଙ୍କ ଆପୋଜିଟରେ କେଉଁ ଅଭିନେତା ନଜର ଆସିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇୁନାହିଁ ।

କହିରଖୁଛୁ ଯେ, ସୋନମଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ ବକ୍ସ ଅଫିସରେ ଏତେ କମାଲ କରିପାରିଲା ନାହିଁ । ଏହା ପୂର୍ବରୁ ସୋନମ ଏକ ଲଡକୀ କୋ ଦେଖା ତୋ ଏସା ଲଗାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More