Only for Entertainment

କଙ୍ଗନା ରନୌତ: ଯେତେବେଳେ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହୁଛନ୍ତି, ରଖିବା ଉଚିତ !

294

ବଲିଉଡ ଜଗତର କ୍ୱିନ କଙ୍ଗନା ରନୌତ ସବୁବେଳେ ନିଜ ବୟାନକୁ ନେଇ ପରିଚିତ । ନିକଟରେ ଅଭିନେତ୍ରୀ ପୁଣି ଥରେ ଏଭଳି କିଛି କରିଛନ୍ତି । ଏକ ପ୍ରସିଦ୍ଧ ଇଭେଂଟରେ ଭାଗ ନେଇ କଙ୍ଗନା ମିଡିିଆ ସହ କଥା ହୋଇ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲାସା କରିଥିଲେ । ୩୨ବର୍ଷୀୟ ଏହି ଅଭିନେତ୍ରୀ ପ୍ରଥମ ଥର ନିଜ ବୟଫ୍ରେଣ୍ଡ ଏବଂ ରିଲେସନସିପର ଖୁଲାସା କରିଛନ୍ତି । ଏହାସହ ଅଭିନେତ୍ରୀ ଶାରୀରିକ ସମ୍ପର୍କକୁ ନେଇ ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି ।

କଙ୍ଗନା କହିଛନ୍ତି ଶାରୀରିକ ସମ୍ପର୍କ ସମସ୍ତଙ୍କ ଜୀବନରେ ଅଧିକ ଜରୁରୀ । ଯେତେବେଳେ ଆପଣଙ୍କ ମନ ହେବ ସେବେ କରିଦେବା ଉଚିତ । କିନ୍ତୁ ଏହି ନିଶା ସବୁବେଳେ ମୁଣ୍ଡରେ ରଖିବା ଠିକ ନୁହେଁ । ଗୋଟିଏ ସମୟ ଥିଲା ଯେତେବେଳେ କୁହା ଯାଉଥିଲା ଯେ ତୁମେ ବିବାହ କରି ନିଅ, ତା’ପରେ ମନରେ ସେହି ବ୍ୟକ୍ତି ପାଇଁ ଇମୋସନ ଆସୁଥିଲା । ମା’ ବାପାଙ୍କ ଅନୁସାରେ ଇତିହାସରେ ଶାରୀରିକ ସମ୍ପର୍କ ଏକ ଖରାପ ସମ୍ପର୍କ ଅଟେ । କିନ୍ତୁ ଏଭଳି ନୁହେଁ । ପୂର୍ବରୁ ବିବାହ କମ ବୟସରେ ହୋଇଯାଉଥିଲା , ସେହିକାରଣରୁ ଠିକ ସମୟରେ ସାମ୍ନା ଲୋକକୁ ନିଜ ପାର୍ଟନର ମିଳିଯାଉଥିଲା । କିନ୍ତୁ ଏବେ ୩୦ରୁ ଅଧିକ ବର୍ଷ ବୟସ ପରେ ବିବାହ କରୁଛନ୍ତି, ଏ ସମୟରେ ହର୍ମୋନ୍ସ ଖୁବ ଆକ୍ଟିଭ ହୋଇ ରହିଥାଏ । ଏହି କାରଣରୁ ଆପଣ ମାନସିକ ଅଶାନ୍ତି ଅନୁଭବ କରନ୍ତି । ତେବେ ଏହି ସବୁ କାରଣରୁ ମା’ ବାପା ପିଲାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନୁମତି ଦେବା ଉଚିତ ଏବଂ ନିରାପଦ ଶାରୀରିକ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦିଅନ୍ତୁ ।

ତେବେ କଙ୍ଗନାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଏହି ଅଭିନେତ୍ରୀ ଖୁବଶୀଘ୍ର ଫିଲ୍ମ ‘ପଙ୍ଗା’ ଏବଂ ‘ଥଲାଇବି’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More