Only for Entertainment

ଶ୍ରୀଦେବୀଙ୍କ ଜନ୍ମଦିନରେ ଜାହ୍ନବୀ ସେୟାର କଲେ ଫ୍ୟାମିଲି ଫଟୋ, ଅନ୍ୟପକ୍ଷରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ କରିବ ୬ଟି ଫିଲ୍ମର ସ୍କ୍ରିନିଂ ।

Just Jared
0 49

ବଲିଉଡ ‘ଚାନ୍ଦନୀ’ ଅର୍ଥାତ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମଦିନ(୧୩ ଅଗଷ୍ଟ)କୁ ତାଙ୍କ ପରିବାର ସମେତ ତାଙ୍କ ଫ୍ୟାନମାନେ ମଧ୍ୟ ପାଳନ କରୁଛନ୍ତି । ଏହି ଖାସ ଅବସରରେ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ମା ଶ୍ରୀଦେବୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଜାହ୍ନବୀ ଇଂଷ୍ଟାଗ୍ରାମରେ ନିଜର ଏକ ପିଲାଦିନର ଫଟୋ ସେୟାର କରିଛନ୍ତି । ଫଟୋରେ ପାପା ବୋନି କପୁର ଏବଂ ମା’ ଶ୍ରୀଦେବୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଜାହ୍ନବୀ ଏହାର କ୍ୟାପସନରେ ଲେଖିଥିଲେ Happy birthday mam? । କପୁର ପରିବାର ପାଇଁ ଏହା ଖୁବ ଖାସ ଦିନ ହେଇଥିବା ବେଳେ ତାଙ୍କର ମୃତ୍ୟୁର ଦୁଃଖ ଏପର୍ଯ୍ୟନ୍ତ ମଧ୍ୟ ପରିବାର ମନରୁ ଲିଭି ନାହିଁ ।

A post shared by Janhvi Kapoor (@janhvikapoor) on


ଅନ୍ୟପକ୍ଷରେ ଶ୍ରୀଦେବୀଙ୍କ ସ୍ମୃତିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ୧୩ ଏବଂ ୧୪ ଅଗଷ୍ଟରେ ଶ୍ରୀଦେବୀଙ୍କ ୬ଟି ଫିଲ୍ମର ସ୍କ୍ରିନିଂ କରିବ । ଏହି ଫିଲ୍ମ ଗୁଡିକର ସ୍କ୍ରିନଂ ୧ ମହାଦେବ ରୋଡ ନୂଆ ଦିଲ୍ଲୀର ଫିଲ୍ମସ ଡିଭିଜନର ଅଡିଟୋରିୟମରେ କରାଯିବ । ୧୩ ଅଗଷ୍ଟରେ ଶ୍ରୀଦେବୀଙ୍କ ଜନ୍ମଦିନ ହୋଇଥିବାରୁ ଏହି ଫିଲ୍ମ ଗୁଡିକର ସ୍କ୍ରିନିଂ ରଖାଯାଇଛି । ପଦ୍ମଶୀ ଏବଂ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତ୍ରୀ ଶ୍ରୀଦେବୀଙ୍କ ଫିଲ୍ମ ‘ମମ’ରୁ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାପରେ ତାଙ୍କର ଆଉ ୫ଟି ଫିଲ୍ମକୁ ପଦର୍ଶିତ କରାଯିବ ।

୧୩ ଅଗଷ୍ଟରେ ‘ମମ’, ‘ଲମେ†’, ‘ମିଷ୍ଟର ଇଣ୍ଡିଆ’ ଫିଲ୍ମକୁ ପଦର୍ଶିତ କରାଯିବ । ସେହିପରି ୧୪ ଅଗଷ୍ଟରେ ‘ଇଙ୍ଗଲିସ ଭିଙ୍ଗଲିସ’, ‘ସଦମା’ ଏବଂ ‘ଚାନ୍ଦିନୀ’ ପରି ସୁପରହିଟ ଫିଲ୍ମର ସ୍କ୍ରିନିଂ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More