ଟାଇଗର ନେଲେ ବରୁଣ-ଶ୍ରଦ୍ଧାଙ୍କ ମୁକାବିଲା ଚ୍ୟାଲେଂଜ
ଟାଇଗର ସ୍ରଫ ବଲିଉଡର ବେଷ୍ଟ ଡ୍ୟାନ୍ସିଂ ଆକ୍ଟର ମାନଙ୍କ ମଧ୍ୟରୁ ଜଣେ । ଡ୍ୟାନ୍ସ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ ଟାଇଗର । ସବୁବେଳେ ସେ ତାଙ୍କ ଡ୍ୟାନ୍ସିଂ ଟ୍ୟାଲେଂଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଓ କୌଣସି ଚ୍ୟାଲେଂଜକୁ ସେ ଖୁବଶୀଘ୍ର ପୂରା କରି ଦିଅନ୍ତି । ଏବେ ଟାଇଗର ବରୁଣ ଏବଂ ଶ୍ରଦ୍ଧାଙ୍କ ମୁକାବିଲା ଚ୍ୟାଲେଂଜ ନେଇଛନ୍ତି ।
କିଛି ସମୟ ପୂର୍ବରୁ ଟାଇଗର ସ୍ରଫ କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କ ସହିତ ମିଶି ମୁକାବିଲା ଚ୍ୟାଲେଂଜ ନେଇଛନ୍ତି । ଯାହାର ଭିଡ଼ିଓକୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି । କହିରଖୁଛୁ ଭିଡ଼ିଓରେ ଟାଇଗରଙ୍କ ଜବରଦସ୍ତ ପର୍ଫମାନ୍ସ ସମସ୍ତଙ୍କୁ ଦିୱାନା କରି ଦେଇଛି ।