Only for Entertainment

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଟ୍ୱିଟର ଅକାଉଂଟ ହ୍ୟାକ, ହ୍ୟାକର ଲଗାଇଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ !

27

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଟ୍ୱିଟର ଅକାଉଂଟ ହ୍ୟାକ ହୋଇଯାଇଥିଲା । ହ୍ୟାକର ଟ୍ୱିଟରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଲଗାଇଥିଲେ । ହ୍ୟାକର ସେହି ଅକାଉଂଟରେ ୩ଟି ଭିନ୍ନ ଭିନ୍ନ ଟ୍ୱିଟ ମଧ୍ୟ କରିଛନ୍ତି ।

ପାଖାପାଖି ୩୦ମିନିଟ ପରେ ଟ୍ୱିଟର ଅକାଉଂଟ ରିକୋଭରୀ କରାଯାଇଥିଲା । ଏହାସହ ଇମରାନ ଖାନ ଫଟୋକୁ ହଟାଇ ଦିଆ ଯାଇଛି ଏବଂ ସେହି ଟ୍ୱିଟ ଗୁଡିକୁ ଡିଲିଟ କରାଯାଇଛି ।

ହ୍ୟାକର ପ୍ରଥମ ଟ୍ୱିଟରେ ଲେଖିଛନ୍ତି ଯେ ରମଜାନ ମାସରେ ଉପବାସ ରଖୁଥିବା ମୁସଲମାନଙ୍କ ଉପରେ ଶକ୍ତ ଭାବେ ହମଲା କରୁଥିବା ଭାରତ ଉମାହ ମୁହମ୍ମଦଙ୍କ ଉପରେ ଆକ୍ରମଣ କରୁଛି । ସେହିପରି ଆଉ ଏକ ଟ୍ୱିଟରେ ପାକିସ୍ତାନ ପାଇଁ ପ୍ରେମ ଜାହିର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More