ରାମ ଜେଠାମଲାନୀଙ୍କ ନିଧନରେ ଭାବୁକ ହେଲା ବଲିଉଡ, ସୋସିଆଲ ମିଡିଆରେ ଜଣାଇଲେ ଶ୍ରଦ୍ଧାଞ୍ଜଳୀ
ରବିବାର ଦିନ ୯୫ ବର୍ଷ ବୟସରେ ଖ୍ୟାତନାମା ଓକିଲ ରାମ ଜେଠାମଲାନୀଙ୍କର ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେବ କ୍ରମଶଃ ଅବନତି ଘଟୁଥିଲା ଏବଂ ଆଜି ପ୍ରତ୍ୟୁଷରେ ତାଙ୍କର ଦେହାନ୍ତ ହୋଇଯାଇଛି। ରାମ ଜେଠାମଲାନୀଙ୍କ ନିଧନରେ ରାଜନେତା ଠାରୁ ବଲିଉଡ ସେଲିବ୍ରିଟି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଦେଖନ୍ତୁ ଟ୍ୱିଟ-
We have lost more than a brilliant lawyer and a rebel. We have lost the conscience keeper of India. Ram Jethmalani s unusual moral courage and curious legal mind has been a rare gift. Personally, he was very gracious to me – I will miss him greatly and in this I am far from alone pic.twitter.com/QBsHKJ9LbO
— Soha Ali Khan (@sakpataudi) September 8, 2019
RIP #RamJethmalani ji. The time spent in conversation with you has always remained etched fondly in my memory. Condolences to the family. ??
— Farhan Akhtar (@FarOutAkhtar) September 8, 2019
Growing up, no matter where you were in India, when one learnt of law as a profession, the one name you learnt of that personified it, was Ram Jethmalani. A great man leaves behind a legacy urban folklore is made of. Salute him for his indelible work. ??#RIPRamJethmalani
— Nimrat Kaur (@NimratOfficial) September 8, 2019
#RamJethmalani RIP a fearless legend of our judiciary
— kunal kohli (@kunalkohli) September 8, 2019
କହିରଖୁଛୁ ଯେ,ଅନେକ ଦିନରୁ ଜେଠାମଲାନୀଙ୍କ ଉପରେ ବାୟୋପିକ ନିର୍ମାଣ ହେବ ବୋଲି ମେକର୍ସ ପ୍ରସ୍ତୁତି ଚଳାଇଥିଲେ । କିନ୍ତୁ ଏହା ପର୍ଯ୍ୟନ୍ତ ନିର୍ମାଣ ହୋଇପାରି ନାହିଁ । ସନି ସ୍କ୍ରୁବାଲାଙ୍କ ସହିତ ମିଶି ସୋହା ଅଲ୍ଲୀ ଖାନ ଏବଂ କୁନାଲ ଖେମୁ ଏହାକୁ ନିର୍ମାଣ କରିବେ । ବାୟୋପିକ ଫିଲ୍ମରେ ରାମ ଜେଠାମଲାନୀଙ୍କ ଭୂମିକାରେ କୁନାଲ ଖେମୁଙ୍କୁ ଦେଖବାକୁ ମିଳିବ । ଏହାର ନିର୍ଦ୍ଦେଶନା ଦେବେ ନ୍ୟାସନାଲ ଆୱାର୍ଡ ବିଜେତା ନିର୍ଦ୍ଦେଶକ ହଂସଲ ମେହତା ।
୧୯୨୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ସିନ୍ଧ ପ୍ରଦେଶରେ ଜନ୍ମିତ ରାଜ ଜେଠାମଲାନୀ ସୁପ୍ରିମ୍ କୋର୍ଟ, ହାଇକୋର୍ଟ ଏବଂ ନିମ୍ନ ଅଦାଲତମାନଙ୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ମକଦମା ଲଢ଼ିଥିଲେ। ସେ ଲଢ଼ିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକ ମଧ୍ୟରେ କେଏମ୍ ନାନାବତୀ ବନାମ ମହାରାଷ୍ଟ୍ର ରାଜ୍ୟ ସ୍ମରଣଯୋଗ୍ୟ। ସେ ଏଥିରେ ପ୍ରୋଜେକ୍ୟୁଟର୍ ଥିଲେ।