Only for Entertainment

ଗୁପ୍ତା ବ୍ରଦର୍ସଙ୍କ ଶାନଦାର ବିବାହରେ ଟିଭିର ନାଗୀନ କଲେ ପରଫର୍ମ, ୧୧ଫୁଟ ଉଚ୍ଚରୁ ଗୀତ ଗାଇଲେ ଅଭିଜିତ ସାୱନ୍ତ !

59

ଦକ୍ଷିଣ ଆଫ୍ରିକାର ବ୍ୟବସାୟୀ ଗୁପ୍ତା ବ୍ରଦର୍ସର ଶାନଦାର ବିବାହକୁ ନେଇ ନିକଟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ବିବାହ ଉତ୍ତରାଖଣ୍ଡର ଔଲିରେ ହୋଇଛି । ଏହି ବିବାହ ଗୁପ୍ତା ବନ୍ଧୁଙ୍କର ପୁଅର ଅଟେ । ଏହି ୨୦୦କୋଟି ବଡ ବଜେଟ ବିବାହରେ ଅନେକ ବଲିଉଡ ଏବଂ ଟିଭି କଳାକାର ଯୋଗ ଦେଇଥିଲେ ।

କାଲି ଅର୍ଥାତ ଶନିବାର ଅତୁଲ ଗୁପ୍ତାଙ୍କ ପୁଅ ଶଶାଙ୍କଙ୍କ ବିବାହ ଧୁମଧାମରେ ହୋଇଛି । ଏହି ବିବାହରେ କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ, ଅଭିନେତ୍ରୀ ଉର୍ବଶୀ ରୌଟେଲା ଏବଂ ଟିଭି ଅଭିନେତ୍ରୀ ନାଗୀନ ନାଁ ରେ ପ୍ରସିଦ୍ଧ ସୁରଭି ଜ୍ୟୋତି ମଧ୍ୟ ଡାନ୍ସ କରିଛନ୍ତି । ଏହିକଳାକାରଙ୍କ ର ପରଫର୍ମାନ୍ସ ଭିଡିଓ ସାମ୍ନାକୁ ଆସିଛି ।


ଏହି ବିବାହର ପ୍ରସ୍ତୁତି ର ଅନେକ ଭିଡିଓ ଉର୍ବଶୀ ରୌଟେଲା ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଉର୍ବଶୀ ଏହି ଫଟୋରେ ଟେଡି ବିୟର ସହ ନଜର ଆସିଛନ୍ତି । ଏହି ବିବାହ ସମାରୋହ ୧୮ଜୁନରୁ ୨୨ଜୁନ ପର୍ଯ୍ୟନ୍ତ ଚାଲିଥିଲା ।

ବ୍ୟବସାୟୀ ଅଜୟ ଗୁପ୍ତାଙ୍କ ପୁଅ ସୁର୍ଯ୍ୟକାନ୍ତଙ୍କ ବିବାହ ୨୦ଜୁନରେ ହୋଇଯାଇଥିଲା । ସୁର୍ଯ୍ୟକାନ୍ତଙ୍କ ବିବାହ ହୀରା ବ୍ୟବସାୟୀ ସୁରେଶ ସିଂଘଲଙ୍କ ଝିଅ କୃତିକା ସିଂଘଲ ଏବଂ ଶଶାଙ୍କଙ୍କ ବିବାହ ଦୁବାଇର ବ୍ୟବସାୟୀ ବିଶାଲ ଜଲାନଙ୍କ ଝିଅ ଶିବାଙ୍ଗୀ ଜଲାନଙ୍କ ସହ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More