ବଲିଉଡ ଅଭିନେତା ଅନୁପମ ଖେର କିଛି ଦିନ ହେବ ନ୍ୟୁୟର୍କରେ ଅଛନ୍ତି । ବୁଧବାର ଦିନ ସେ ନ୍ୟୁୟର୍କରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖା କରିବା ଲାଗି ସରପ୍ରାଇଜିଂଲି କ୍ୱାଂଟିକୋ ସୁଟିଂ ସେଟରେ ପହଂଚି ଯାଇଥିଲେ । ଏଠାରେ ଆମେ କହି ରଖୁଛୁ ଯେ ପ୍ରିୟଙ୍କା କିଛି ଦିନ ହେବ ନ୍ୟୁୟର୍କରେ ନିଜର ଆମେରିକାନ ଟିଭି ସୋ କ୍ୱାଂଟିକୋର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେଣୁ ସେ ଅନେକ ଦିନ ହେବ ଆମେରିକାରେ ଅଛନ୍ତି । ଖୁବ ଶୀଘ୍ର ସେ ସୁଟିଂ ସାରି ଭାରତକୁ ଫେରିବେ ।
ଅଭିନେତା ତଥା ଫିଲ୍ମ ଆଣ୍ଡ ଇନଷ୍ଟିଟ୍ୟୁଟ, ପୁଣେର ଚେୟାରମ୍ୟାନ ଅନୁପମ ଖେର କ୍ୱାଂଟିକୋ ସେଟରେ ପହଂଚି ପ୍ରିୟଙ୍କାଙ୍କୁ ଭେଟ କରିଥିଲେ । ଏହାକୁ ନେଇ ଅନୁପମ ପ୍ରିୟଙ୍କାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରଛନ୍ତି । ପ୍ରିୟଙ୍କାଙ୍କ ଭଲ ପାଇବା ଏବଂ ଜୋଶକୁ ସେ ପ୍ରଶଂସା କରିଛନ୍ତି । କ୍ୱାଂଟିକୋ ସୁଟିଂରେ ସେଟରେ ଦେଖା ହେବା ଅଦ୍ଭଚତ ରହିଥିଲା ଏବଂ ପ୍ରିୟଙ୍କାଙ୍କ କାର୍ଯ୍ୟକୁ ନେଇ ଅନୁପମ ଖେର ଗର୍ବିତ ବୋଲି ଟ୍ୱିଟ କରିଛନ୍ତି ।
Thank you dearest @priyankachopra for your love & warmth. It was wonderful to come & see you on the sets of #Quantico. You are a STAR. As a fellow Indian I am so proud of you and your achievements. Keep our flag flying. You are the best.??? #IndianActor #OurAmbassadorAbroad pic.twitter.com/qT56R83xo3
— Anupam Kher (@AnupamPKher) March 14, 2018