Only for Entertainment

ସୁରଭିନ ଚାୱଲାଙ୍କ ଘରେ ଖୁସିର ଲହରୀ, ସେୟାର କଲେ ଝିଅ ‘ଇଭା’ର ପ୍ରଥମ ଝଲକ

bollywood tadka
28

ବଲିଉଡ ଅଭିନେତ୍ରୀ ସୁରଭିନ ଚାୱଲାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ନିକଟରେ ସୁରଭିନ ଏକ ବେବି ଗର୍ଲ କୁ ଜନ୍ମ ଦେଇଛନ୍ତି । ସୁରଭିନ ଝିଅର ନାମ ଇଭା ରହିଛନ୍ତି । ଝିଅ ଇଭାର ଏକ ଫଟୋ ସୁରଭିନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଝିଅ ଇଭାଙ୍କ ଜନ୍ମକୁ ନେଇ ସୁରଭିନ କହିଛନ୍ତି ଯେ, ଏହି ଭାବନାକୁ ଶବ୍ଦରେ ପ୍ରକାଶ କରିବା କଷ୍ଟକର । ଏହାକୁ କେବଳ ଅନୁଭବ କରିହେବ । ଆମେ ବହୁତ ଖୁସି ।

କହିରଖୁଛୁ ଯେ, ସୁରଭିନ ନିଜ ପ୍ରେଗ୍ନେଂସି ଟାଇମକୁ ଖୁବ ଉପଭୋଗ କରିଥିଲେ । ଏହି ସମୟରେ ସେ ଅନେକ ଫଟୋସୁଟ କରିଥିଲେ । ଏବଂ ଫ୍ୟାନ୍ସଙ୍କ ସହ ଇଂଷ୍ଟାଗ୍ରାମରେ ସେୟାର ମଧ୍ୟ କରିଥିଲେ ।

ସୁରଭିନ ୨୦୧୫ରେ ଅକ୍ଷୟ ଠକ୍କରଙ୍କୁ ବିବାହ କରିଥିଲେ । କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ସେ ଏହି କଥାକୁ ଲୁଚାଇ ରଖିଥିଲେ । ୨୦୧୭ରେ ସେ ଖୋଦ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ଫଟୋ ସେୟାର କରି ସମସ୍ତଙ୍କୁ ବିବାହ ବିଷୟରେ କହିଥିଲେ । ସୁରଭିନ ଟିଭିରେ ଫେମସ ହେବା ପରେ ବଲିଉଡରେ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More