Only for Entertainment

ଫ୍ୟାନ୍ସଙ୍କ ଅନୁରୋଧରେ କେରଳ ବନ୍ୟା ପିଡ଼ିତଙ୍କୁ ସୁଶାନ୍ତ ସିଂ ରାଜପୂତ ଦେଲେ ୧ କୋଟି ।

aajtak
0 47

ବନ୍ୟା ପିଡ଼ିତ କେରଳକୁ ଦେଶ ବ୍ୟାପି ଲୋକ ସାହାଯ୍ୟର ହାତ ବଢାଇଛନ୍ତି । ବଲିଉଡର କେତେକ ଷ୍ଟାର ସୋସିଆଲ ମିଡିଆରେ ଯେତେବେଳେ ସାହାଯ୍ୟ ପାଇଁ ଅପିଲ କରିଛନ୍ତି ଅନ୍ୟ ମାନେ ସେହିଭଳି ଦାନ ମଧ୍ୟ କରୁଛନ୍ତି । ଏହି ସବୁ ମଧ୍ୟରେ ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୂତ ଏଭଳି ଏକ କାମ କରିଛନ୍ତି ଯାହାକୁ ଖୁବ ପ୍ରଶଂସା କରାଯାଉଛି ଏବଂ କରାଯିବା ଉଚିତ । ବାସ୍ତବରେ ସୁଶାନ୍ତ ଜଣେ ଇଂଷ୍ଟାଗ୍ରାମ ୟୁଜରଙ୍କ କହିବା ଅନୁସାରେ ୧ କୋଟି ଟଙ୍କା ସାହାଯ୍ୟ କରିଛନ୍ତି ।

ସୁଶାନ୍ତ ଏହି ଡୋନେସନ ଜଣେ ଫ୍ୟାନ୍ସଙ୍କ ଅନୁରୋଧରେ ଦେଇଛନ୍ତି । କାରଣ ଜଣେ ଫ୍ୟାନ ଲେଖିଥିଲେଯେ ସୁଶାନ୍ତ ମୋ ପାଖରେ ଟଙ୍କା ନାହିଁ କିନ୍ତୁ ମୁଁ ଦାନ କରିବାକୁ ଚାହୁଁଛି,ମୁଁ ଏହା କିଭଳି କରିବି ଦୟାକରି କୁହନ୍ତୁ । ଉତ୍ତରରେ ସୁଶାନ୍ତ ଲେଖିଲେଯେ ମୁଁ ତୁମ ନାମରେ ୧ କୋଟି ଟଙ୍କା ପଠାଇବି ଏବଂ ଚାହିଁବି ଏହା ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଂଚୁ ଏବଂ ମୁଁ ଏହାକୁ ମୋ ଇଂଷ୍ଟାଗ୍ରାମ ଆକାଉଂଟରେ ପୋଷ୍ଟ କରିବିଯେ ତୁମେ ମୋତେ ଏଭଳି କରିବା ପାଇଁ ପ୍ରେରିତ କରିଛ ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ଅକ୍ଷୟ କୁମାର,ଶାହାରୁଖ ଖାନ ଏବଂ ସନି ଲିଓନଙ୍କ ଭଳି ତାରକା ମାନେ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ଜଣେ ଆକ୍ଟର ଏଥିପାଇଁ ନିଜ ବିବାହକୁ ମଧ୍ୟ ଘୁଂଚାଇ ଦେଇଛନ୍ତି । ଏହା ବ୍ୟତୀତ ବିବାହ କରିବାକୁ ଥିବା ଆକ୍ଟର ରାଜୀବ କେରଳ ପିଡ଼ିତଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More