Only for Entertainment

କେଦାରନାଥ : ଲଭ ଜିହାଦକୁ ପ୍ରମୋଟ କରୁଛି ଫିଲ୍ମ, ପୂଜାରୀ କହିଲେ ବ୍ୟାନ କର ।

India Today
26

ସୁଶାନ୍ତ ସିଂ ରାଜପୁତ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ କେଦାରନାଥର ଟିଜର ରିଲିଜ ହେବାର କିଛି ଦିନ ନହେଉନୁ ବିବାଦ ଆରମ୍ଭ ହୋଇଗଲାଣି । ଟିଜର ଲଂଚ ହେବା ପରେ ଉତ୍ତରାଖଣ୍ଡରେ ଥିବା କେଦାରନାଥର ତୀର୍ଥ ପୁରୋହିତଙ୍କ ଖରାପ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପୁରୋହିତ ମାନଙ୍କ କହିବା ଅନୁସାରେ ଏହି ଫିଲ୍ମ ହିନ୍ଦୁ ଭାବନାକୁ ଆହାତ କରୁଛି ତେଣୁ ଏହାକୁ ବ୍ୟାନ କରିବା ପାଇଁ କହିଛନ୍ତି ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ କେଦାରନାଥର ପୂଜାରୀର ଏକ ଅରଗାନାଇଜେସନ କେଦାର ସଭାର ଚେୟାରମ୍ୟାନ ବିନେଦ ଶୁକ୍ଲା କହିଛନ୍ତି, ‘ଯଦି ଫିଲ୍ମକୁ ବ୍ୟାନ କରାନଯାଏ ତେବେ ଆମେ ଆନ୍ଦୋଶନ କରିବୁ ।’ କାରଣ ଏହି ଫିଲ୍ମ ଲଭ ଜିହାଦକୁ ସପୋର୍ଟ କରିବା ସହିତ ହିନ୍ଦୁ ଭାବନାକୁ ଆହାତ ମଧ୍ୟ କରିବ ।

ଖବର ଅନୁସାରେ ଗୁରୁବାର କିଛି ଲୋକ ରୁଦ୍ରପ୍ରୟୋଗର ଜିଲ୍ଲା ମୁଖ୍ୟାଳୟରେ ଏହି ଫିଲ୍ମର ବିରୋଧ କରିଛନ୍ତି । ସୂଚନା ଅନୁସାରେ ଫିଲ୍ମର ପୋଷ୍ଟର ରିଲିଜ ହେବା ଦିନରୁ ହିଁ ଏହାକୁ ବିରୋଧ କରାଯାଉଛି । ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ ଲିଡ ରୋଲରେ ନଜର ଆସିବେ । ଏହି ଫିଲ୍ମରେ ସାରା ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More