Only for Entertainment

ବିବାହ ପାଇଁ ଦୀପିକା ପାଦୁକୋନ କିଣିଲେ ମଙ୍ଗଳସୂତ୍ର, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

Vogue India
64

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂଙ୍କ ବିବାହ ନଭେମ୍ବର ୧୪ ଏବଂ ୧୫ରେ ହେବାକୁ ଯାଉଛି । ବିବାହ ପୂର୍ବର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ବିବାହକୁ ଆଉ ଅଳ୍ପ ଦିନ ଥିବା ଦୀପିକା ଏବଂ ରଣବୀର ଏବେ ସପିଂରେ ବ୍ୟସ୍ତ ଅଛନ୍ତି । ଖବର ଅନୁସାରେ ଦୀପିକା ନିଜ ବିବାହ ପାଇଁ ମଙ୍ଗଳସୂତ୍ର କିଣି ସାରିଛନ୍ତି । ଦୀପିକାଙ୍କ ଏହି ମଙ୍ଗଳସୂତ୍ରର ମୂଲ୍ୟ ୨୦ ଲକ୍ଷ ବୋଲି କୁହାଯାଉଛି ।

ଖବର ଅନୁସାରେ , ଦୀପିକା ପାଦୁକୋନ ଅନେ୍ଧରୀର ଏକ ଗହଣା ଦୋକାନରୁ ମଙ୍ଗଳସୂତ୍ର କିଣିଛନ୍ତି । ମଙ୍ଗଳସୂତ୍ର ବିଷୟରେ କହିବାକୁ ଗଲେ ମଙ୍ଗଳସୂତ୍ରଟି ହୀରାରେ ନିର୍ମିତ । ଖବର ଅନୁସାରେ ଦୀପିକା ସେଠାରୁ କେବଳ ମଙ୍ଗଳସୂତ୍ର ନୁହେଁ ୨ଟି ହାର ମଧ୍ୟ କିଣିଛନ୍ତି ।

deepika-padukone

କହିରଖୁଛୁ ଯେ, ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହ ଇଟାଲୀର ଲେକ କୋମୋରେ ହେବ । କିନ୍ତୁ ପ୍ରି-ୱେଡିଂ ସେଲିବ୍ରେସନ ଭାରତରେ ହେବ । ନିକଟରେ ଦୀପିକାଙ୍କ ପରିବାର ବିବାହ ପୂର୍ବରୁ ନନ୍ଦୀ ପୂଜାର କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More