Only for Entertainment

କାହିଁକି ଫିଲ୍ମ ଠାରୂ ଦୂରେଇ ଯାଇଛନ୍ତି ସୁଷ୍ମିତା ସେନ୍?

26

ଦୀର୍ଘ ଦିନ ହେବ ବିଶ୍ୱ ସୁନ୍ଦରୀ ସୁଷ୍ମିତା ସେନ୍ ଫିଲ୍ମ ପରଦାରୁ ଦୂରେଇ ଯାଇଛନ୍ତି । ତାଙ୍କ ଫ୍ୟାନ୍ସ ତାଙ୍କୁ ପରଦାରେ ଦେଖିବାର ସୁଯୋଗକୁ ଅପେକ୍ଷା କରି ରହିଛନ୍ତି । ୨୦୧୦ରେ ସୁଷ୍ମିତା ସେନ ଫିଲ୍ମ ‘ ନୋ ପ୍ରବ୍ଲେମ’ରେ ନଜର ଆସିଥିଲେ । ଏହାପରେ ୨୦୧୫ରେ ସୁଷ୍ମିତା ବଙ୍ଗାଳୀ ଫିଲ୍ମ ନିର୍ବାକରେ ନଜର ଆସିଥିଲେ । କିନ୍ତୁ ୨୦୧୦ରେ ଫିଲ୍ମ ଠାରୁ ଦୂରେଇ ଯିବାର ନିଷ୍ମତ୍ତି ନେଇଥିଲେ ସୁଷ୍ମିତା । ଏହି ବର୍ଷ ସେ ସାନ ଝିଅ ଅଲିଷାଙ୍କୁ କୋଳେଇ ନେଇଥିଲେ । ସୁଷ୍ମିତାଙ୍କ କହିବା ଅନୁସାରେ ଝିଅକୁ କୋଳେଇ ନେବାପରେ ସେଫିଲ୍ମ ଠାରୁ ଦୂରେଇ ଯିବାର ନିଷ୍ପତ୍ତି ନେଇଥିଲେ ।

ଝିଅର ଖାସ ମୁହୂର୍ତ୍ତରେ ସେ ତାଙ୍କ ସହିତ ରହିବାକୁ ଚାହୁଁଥିଲେ । କାରଣ ସୁଷ୍ମିତା ଫିଲ୍ମ କରୁଥିବା ସମୟରେ ବଡ଼ ଝିଅକୁ କୋଳେଇ ନେଇଥିଲେ, କିନ୍ତୁୁ ସମୟ ଦେଇପାରୁ ନଥିଲେ । ଏଥିପାଇଁ ସେ ଆଜି ମଧ୍ୟ ଦୁଃଖିତ । ତେଣୁ ସେ ଫିଲ୍ମରୁ ଦୂରେଇ ଗଲେ ।

ଏହି ସମୟରେ କେହି କେହି ତାଙ୍କୁ କହିଥିଲେଯେ ଏହି ଯୁବାବସ୍ଥାରେ ତୁମେ ଫିଲ୍ମ କରି ଆଗକୁ ଯାଇପାରିବ, କିନ୍ତୁ ସେ ନିଜକୁ ପଚାରିଲେ କ’ଣ ସେ ସତରେ ପଶ୍ଚାତାପ କରିବେ?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More