Only for Entertainment

ପୋଦିନା ଚଟଣୀ ସହିତ ନିଅନ୍ତୁ ସ୍ୱିଟକର୍ଣ୍ଣ କଟଲେଟ୍ ର ମଜା

Swasthi's Recipes
47

ସଂଧ୍ୟା ହେବାମାତ୍ରେ କିଛି ସ୍ନାକ୍ସ ଖାଇବାକୁ ଇଛା ହୁଏ । କିନ୍ତୁ ଏହା ଯଦି ଖୁବ ସ୍ୱାଦିଷ୍ଟ, ନିଆରା ଏବଂ ରେଷ୍ଟୁରାଂଟ ଭଳି ହୁଏ ତେବେ ଖାଇବାର ଇଛା ଦ୍ୱିଗୁଣିତ ହୋଇଯାଏ । ଆମେ ଆଜି ଆପଣଙ୍କୁ ସେହିଭଳି ଏକ ରେସିପି ଶିଖାଇବୁ, ଯାହା ନିଆରା ଏବଂ ସ୍ୱାଦିଷ୍ଟ ମଧ୍ୟ ।

ପ୍ରଥମେ କିଛି ଆଳୁ ଏବଂ ବିଟ୍କୁ ସିଝାଇ ରଖନ୍ତୁ । ଏହାପରେ ମିଠା ମକାକୁ କଂଚା ଛଡ଼ାଇ ରଖନ୍ତୁ । ସିଝା ଆଳୁକୁ ଚକଟି ସେଥିରେ ବିଟ, ମକା, ଧନିଆ ପତ୍ର, କଂଚାଲଙ୍କା, ପିଆଜ, ସାମାନ୍ୟ ହଳଦୀ, ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ । ବର୍ତ୍ତମାନ ଅଧକପ ପାଣିରେ ୨ ଚାମଚ କର୍ଣ୍ଣଫ୍ଲୋର ମିଶାଇ ରଖନ୍ତୁ । ଏବେ ଆଳୁ ମିଶ୍ରଣକୁୁ ଗୋଲ ଗୋଲ ଚେପଟା ଚେପଟା କରି କର୍ଣ୍ଣଫ୍ଲୋର ପାଣିରେ ବୁଡ଼ାନ୍ତୁ ଏବଂ କିଛି ସୁଜିରେ ବୁଡ଼ାଇ ଛାଣନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କଟଲେଟ । ଏହାକୁ ଆପଣ ପୋଦିନା ଚଟଣୀ ବା ଅନ୍ୟ କୌଣସି ସସ ସହିତ ଖାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More