Only for Entertainment

ତାପସୀ ପନ୍ନୁ ବର୍ଥଡେ ସ୍ପେଶାଲ : ୧୦ମ ଶ୍ରେଣୀରେ ବୟଫ୍ରେଣ୍ଡଙ୍କ ସହ ହୋଇଥିଲା ବ୍ରେକଅପ, ଏହା ଥିଲା କାରଣ !

59

ତାପସୀ ପନ୍ନୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ସେ କେବେ ଟ୍ରେଣ୍ଡିଂ ବିଷୟ ଉପରେ ନିଜ କମେଂଟକୁ ନେଇ ତ କେବେ ଫିଲ୍ମରେ ନିଜ ଅଭିନୟକୁ ନେଇ । ତାପସୀ ବେବି, ପିଙ୍କ ଏବଂ ମୂଲ୍କ ଭଳି ଫିଲ୍ମରେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ୧ ଅଗଷ୍ଟ୧୯୮୭ରେ ଜନ୍ମ ହୋଇଥିବା ତାପସୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ କମ ଲୋକ ଜାଣିଥିବେ । ଚାଲନ୍ତୁ ଜାଣିବା ତାଙ୍କ ରିଲେସନସିପ ବିଷୟରେ , ଯାହାର ଖୁଲାସା ନିଜେ ତାପସୀ ଏକ ସାକ୍ଷାତକାରରେ କହିଥିଲେ ।

ପୂର୍ବ ବର୍ଷ ମୂଲ୍କ, ମନମର୍ଜିଆଁ ଏବଂ ସୁରମା ଭଳି ଫିଲ୍ମ ଦେଇଥିବା ତାପସୀ ନିଜ ପ୍ରେମ ସମ୍ପର୍କକୁ ନେଇ ବଡ ଖୁଲାସା କରିଥିଲେ । ରିଲେସନଶିପକୁ ନେଇ ତାପସୀ କହିଥିଲେ ଯାହା ଆପଣ ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଥିଲେ ତାଙ୍କ ପ୍ରଥମ ରିଲେସନସିପ ୯ମ କ୍ଲାସ ସମୟରେ ହୋଇଥିଲା ।

ତାପସୀ ଏହାପରେ ଆଗକୁ କହିଥିଲେ ଯେ ସେ ପୁଅ ତାଙ୍କ ସହ ବ୍ରେକଅପ କରିଥିଲେ କାରଣ ସେ ଚାହୁଁଥିଲେ ୧୦ମରେ ପାଠପଢା ଉପରେ ପୂରା ଧ୍ୟାନ ଦିଅନ୍ତୁ । ଆଜି ବି ସେ ଯେତେବେଳେ ତାଙ୍କ ସେହି ବୟଫ୍ରେଣ୍ଡଙ୍କ କଥା ଭାବନ୍ତି ତାଙ୍କୁ ଖୁବ ହସ ଲାଗେ ।

ତାପସୀଙ୍କ ବିଷୟରେ କହିବାକୁ ଗଲେ ସେ ଏବେ ଟପ ଅଭିନେତ୍ରୀଙ୍କ ତାଲିକା ମଧ୍ୟରେ ଜଣେ ଅଟନ୍ତି । ସାଉଥ ଫିଲ୍ମ କରିବା ପରେ ବଲିଉଡରେ ୨୦୧୩ରେ ଚଷ୍ମେବଦୂରରୁ ଡେବ୍ୟୁ କରିଥିଲେ । ଏହାପରେ ସେ ଅନେକ ବଲିଉଡ ଫିଲ୍ମରେ ଅଭିନୟ ନିଜ ଅଭିନୟ ସାହାଯ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି । ନିକଟରେ ଆଗାମୀ ଫିଲ୍ମ ମିଶନମଙ୍ଗଳରେ ନଜର ଆସିବେ ତାପସୀ । ଯାହା ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More