Only for Entertainment

ନଦୀରେ ଭାସୁଛି ପାଂଚ ମହଲା ବିଶିଷ୍ଟ କୋଠା, ଦେଖନ୍ତୁ ଭିଡିଓ !

577

ପାଣିରେ ଡଙ୍ଗାରେ ପହଁରିବା ସାଧାରଣ କଥା ଅଟେ କିନ୍ତୁ ଯେତେବେଳେ ଲୋକମାନେ ଡଙ୍ଗା ବଦଳରେ ପାଂଚ ମହଲା ବିଶିଷ୍ଟ ଘରେ ପହଂରିବେ ତାହା ନିଶ୍ଚୟ ଆଶ୍ଚର୍ଯ୍ୟଜନକ ବିଷୟ ଅଟେ । ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ଚୀନର ୟାଙ୍ଗସ୍ତୀ ନଦୀର ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି , ଯାହା ଚକିତ କରିପକାଇଛି ।

ଟ୍ୱିଟରରେ ଜଣେ ବ୍ୟକ୍ତି ୨୯ଜୁଲାଇରେ ୧୧ସେକେଣ୍ଡର ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓ ଚୀନର ୟାଙ୍ଗସ୍ତୀ ନଦୀର ଅଟେ । ଯେଉଁଥିରେ ୫ମହଲା ବିଶିଷ୍ଟ ବିଲ୍ଡିଂ ଭାସୁଥିବାର ନଜର ଆସିଛି । ଏହି ଭିଡିଓରେ ୩୨ହଜାର ପାଖାପାଖି ଭ୍ୟୁ ହୋଇସାରିଲାଣି ।


ଭିଡିଓ ଶେୟାର ବ୍ୟକ୍ତି ଜଣକ ଲେଖିଛନ୍ତି ଯେ ଏହି ଘଟଣା ନଭେମ୍ବର ୨୦୧୮ର ଅଟେ, ଯେଉଁଥିରେ ୫ମହଲା ବିଶିଷ୍ଟ କୋଠରୀ ଭାସୁଥିବାର ନଜର ଆସିଛି । ସତ କଥା ହେଉଛି ଏହା ପାଂଚ ମହଲା ବିଶିଷ୍ଟ ରେସ୍ତୋରାଁ ଅଟେ, ଯାହାକୁ କୌଣସି କାରଣରୁ ଅନ୍ୟ ସ୍ତାନକୁ ଶିଫ୍ଟ କରାଯାଉଥିଲା । ଯେଉଁକାରଣରୁ ଅନେକ ଡଙ୍ଗା ଏକା ସହ ଯୋଡା ଯାଇଥିଲା ଏବଂ ଏହାପରେ ରେସ୍ତୋରାଁକୁ ସ୍ଥାନାସ୍ତର କରାଯାଉଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More