Only for Entertainment

ଟ୍ରୋଲରଙ୍କୁ ତାପସୀଙ୍କ କଡା ଜବାବ, ମୁହଁ କଲେ ବନ୍ଦ

deccanchronicle
29

ସୋ ସିଆଲ ମିଡିଆରେ ଟ୍ରୋଲ ହେବା ବଲିଉଡ ଅଭିନେତା ଅଭିନେତ୍ରୀଙ୍କ ପାଇଁ କିଛି ବଡ଼ କଥା ନୁହେଁ । ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ‘ପିଙ୍କ’ ଅଭିନେତ୍ରୀ ତାପସୀ ପନ୍ନୁ । କେତେବେଳେ ଫିଲ୍ମର ପରଫମାନ୍ସ ତ କେତେବେଳେ ବ୍ୟକ୍ତିଗତ ଜୀବନକୁ ନେଇ ଷ୍ଟାରମାନେ ଟ୍ରୋଲ ହୋଇଥାନ୍ତି ସୋସିଆଲ ମିଡିଆରେ । ଏହା ମଧ୍ୟ ଘଟିଥିଲା ତାପସୀଙ୍କ କ୍ଷେତ୍ରରେ । ହେଲେ ତାପସୀ ଟ୍ରୋଲ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେବା ପରେ ଟ୍ରୋଲ କରୁଥିବା ବ୍ୟକ୍ତି ସମାଲୋଚନାର ଧାରାରେ ସାମିଲ ହୋଇଥିଲା ।


ସୋସିଆଲ ମିଡିଆରେ ଜଣେ ଲେଖିଥିଲେ ଯେ ‘ତାପସୀ, ମୋତେ ତୁମର ବଡି ପାର୍ଟସ୍‍ ମୋତେ ବେଶ ପସନ୍ଦ’ । ତାପସୀ ମଧ୍ୟ ଏହା ଦେଖିବା ପରେ ଆଉ ଚୁପ ହୋଇ ବସିନଥିଲେ । ସେ ତୁରନ୍ତ ନିଜ ଭାଷାରେ ଏହି ଟ୍ରୋଲର ଜବାବ ଦେଇଥିଲେ । ସେ ଲେଖିଥିଲେ ଯେ ‘ୱାଓ! ମୋତେ ମଧ୍ୟ ପସନ୍ଦ । ହେଲେ ଆପଣଙ୍କ ପ୍ରିୟ କେଉଁଟା? ମୋର ପସନ୍ଦ ମସ୍ତିଷ୍କ ଅଟେ’ । ତାପସୀଙ୍କ ଏହି ଜବାବ ପରେ ତାଙ୍କ ପ୍ରଶଂସକମାନଙ୍କର ରାଗ ଟ୍ରୋଲ କରିଥିବା ବ୍ୟକ୍ତି ଉପରେ ବର୍ଷିଥିଲା । ସୂଚନାଯୋଗ୍ୟ ଯେ ତାପସୀ ଏବେ ‘ମିଶନ ମଙ୍ଗଲ’ ପାଇଁ ପ୍ରସ୍ତୁତ ହେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More