Only for Entertainment

ଇଣ୍ଟରନେଟରେ ଛାଇଲା ହନି ସିଂଙ୍କ ମ୍ୟୁଜିକ ଭିଡିଓ ‘ମଖନା’ର ଟ୍ରେଲର, ଦେଖିବାକୁ ମିଳିଲା ୟୋ ୟୋଙ୍କ ସ୍ୱାଗ ।

Zee News
30

ଯଦି ଆପଣ ହନି ସିଂଙ୍କ ଫ୍ୟାନ ତେବେ ଏହି ଖବର ଶୁଣିବା ପରେ ଆପଣ ନିଶ୍ଚିତ ଖୁସି ହୋଇଯିିବେ । ଆଜ୍ଞା ହଁ, ଲମ୍ବା ସମୟରୁ ନିଜ ସ୍ୱାସ୍ଥ୍ୟ କାରଣରୁ ଲାଇମ ଲାଇଟ ଠାରୁ ଦୂରରେ ରହିଥିବା ର‌୍ୟାପର ୟୋ ୟୋ ହନି ସିଂ ପୁଣି ଥରେ ଲାଇମ ଲାଇଟକୁ ଫେରୁଛନ୍ତି । ତେବେ ତାଙ୍କର ଏହି ରିଏଣ୍ଟ୍ରି କେତେ ଧମାକାଦାର ହେବ ତାହା ଆପଣ ତାଙ୍କର ନୂଆ ସିଙ୍ଗଲରୁ ଜାଣିପାରିବେ ।

ନିକଟରେ ହନି ସିଂଙ୍କ ନୂଆ ମ୍ୟୁଜିକ ଭିଡିଓର ଟ୍ରେଲର ଲଂଚ କରାଯାଇଛି । ମ୍ୟୁଜିକ ଭିଡିଓରେ ହନି ସିଂଙ୍କୁ କେବଳ ଗୀତ ଗାଉଥିବାର ଦେଖିବାକୁ ମିଳୁଥିବା ବେଳେ ତାଙ୍କର ଏହି ନୂଆ ମ୍ୟୁଜିକ ଭିଡିଓରେ ସେ ଆକ୍ଟି କରୁଥିବାର ନଜର ଆସିଛନ୍ତି । ଏହି ମ୍ୟୁଜିକ ଭିଡିଓର ନାମ ‘ମଖନା’ ରଖାଯାଇଛି । ଗୀତର ଟ୍ରେଲର ଲଂଚ ହେବା ପରେ ଏହା ୟୁଟ୍ୟୁବରେ ଛାଇ ଯାଇଛି । ଏପର୍ଯ୍ୟନ୍ତ ଟ୍ରେଲରକୁ ୧ କୋଟିରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଭଡିଓରେ ଦେଖିବାକୁ ମିଳିଛି ଯେ, ହନି ସିଂଙ୍କ କହିବା ଅନୁସାରେ ଜମେ ଯିବତୀ ହୀରା ଚୋରାଉଥିବାର ନଜର ଆସିଛନ୍ତି । ତେବେ ହନି ସିଙ୍କ ଏହି ସ୍ୱାଗ ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More