Only for Entertainment

ଏହି ସାଉଥ ଅଭିନେତା କଲେ ଆତ୍ମହତ୍ୟା, ଗଛରୁ ଝୁଲନ୍ତା ଶବ ଉଧାର, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

35

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି । ତାଙ୍କର ନାଁ ହେଉଛି ଶଶୀ କୁମାର ଏବଂ ସେ ଟଲିଉଡ ସିନେମାର ଅଭିନେତା ଥିଲେ । ଏହି ଘଟଣା ଗୁରୁବାରର ଅଟେ । ଜୋଲାରପେଟ୍ଟାଇ ରେଳବାଇ ଷ୍ଟେସନ ପାଖରେ ଥିବା ଏକ ଗଛରେ ତାଙ୍କର ଝୁଲନ୍ତା ଶବ ଉଧାର କରାଯାଇଛି । ଏବେ ଏହି ମାମଲାରେ ଯାଂଚ ହେଉଛି , ମାତ୍ର ଏବେ ପର୍ଯ୍ୟନ୍ତ ଏ ସମ୍ପର୍କରେ କିଛି ଇଙ୍ଗ କାରଣ ସାମ୍ନାକୁ ଆସିନାହିଁ । ଖବର ମୁତାବକ, ଅଭିନେତାଙ୍କ ସ୍ତ୍ରୀ କହିଛନ୍ତି ଯେ ସେ ଟ୍ରିପରେ ବାଙ୍ଗାଲୁରୁ ଯାଇଥିଲେ ।

ଟିଭି ଜଗତରେ ମଧ୍ୟ କାମ କରିସାରିଥିବା ଶଶୀ କୁମାର ବିଲ୍ଲୋର ପାଇଁ ବସ ଟିକେଟ କରିଥିଲେ କିନ୍ତୁ ଅମ୍ବୁରରେ ଅଟକି ଯାଇଥିଲେ । ଏହାପରେ ସେ ଜିଲୋରପେଟ୍ଟାଇ ଯାଇଥିଲେ ଏବଂ ସେଠାରେ ସେ ଆତ୍ମହତ୍ୟା କରିଛନ୍ତି । ଯେତେବେଳେ ଲୋକଙ୍କ ନଜର ଅଭିନେତାଙ୍କ ଶବ ଉପରେ ପଡିଲା ସେମାନେ ଘଟଣାସ୍ଥଳରେ ପୁଲିସକୁ ଏହାର ଖବର ଦେଇଥିଲେ । ପୁଲିସ ଏହି ମାମଲାରେ ଯାଂଚ କରିବାରେ ଲାଗିଛି । ମିଳିଥିବା କିଛି ତଥ୍ୟ ଅନୁଯାୟୀ ଯାହା ଜଣା ପଡିଛି ଯେ ଅଭିନେତା ଜଣକ ଅର୍ଥାଭାବ ଯୋଗୁ ଚିନ୍ତାରେ ଏଭଳି ପଦକ୍ଷେପ ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More