Only for Entertainment

ଫିଲ୍ମ ‘ମରଜାୱାଁ’ରେ ମୁକ ଭୂମିକାରେ ନଜର ଆସିବେ ତାରା ସୁତାରିଆ, ସୁଟିଂ ପୂର୍ବରୁ କହିଥିଲେ ଏଭଳି ପ୍ରସ୍ତୁତି

newsjizz
47

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତାରିଆଙ୍କ ଆଗାମୀ ଫିଲ୍ମ ‘ମରଜାୱା’କୁ ନେଇ ଏବେ ଖୁବ ଚର୍ଚ୍ଚା । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଫିଲ୍ମର ଟ୍ରେଲରକୁ ଲୋକଙ୍କ ଭଲ ରେସ୍ପନ୍ସ ମଧ୍ୟ ମିଳିଛି । ଫିଲ୍ମରେ ରିତେଶ ଦେଶମୁଖ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଟ୍ରେଲରରେ ରିତେଶ ଏବଂ ସିଦ୍ଧାର୍ଥ ଡାଇଲଗ କହୁଥିବାର ଦେଖିବାକୁ ମିଳିଥିବା ବେଳେ ଫିଲ୍ମର ଲିଡ ଅଭିନେତ୍ରୀ ତାରା ସୁତାରିଆ ଇଶାରା ଇଶାରାରେ କଥା କହୁଥିବାର ଦେଖିବାକୁ ମିଳିଛି । ଏହାକୁ ଦେଖି କୁହାଯାଇପାରେ ଯେ ଫିଲ୍ମରେ ତାରା କଥା କହିପାରୁନଥିବା ଝିଅ ଭୂମିକାରେ ନଜର ଆସିବେ ।

 

 

View this post on Instagram

 

#Repost @tarasutaria with @grabapp Mohabbat..Zindagi.. Zoya🖤 #Marjaavaan

A post shared by Tara Sutaria Official (@tarasutaria__official) on

ଏବେ ତାରା କନଫର୍ମ କରିଛନ୍ତି ସେ ଫିଲ୍ମର ଟ୍ରେଲରରେ କଣ ପାଇଁ କିଛି କହୁନାହାଁନ୍ତି । ଏକ ଇଣ୍ଟରଭ୍ୟୁରେ ତାର କହିଛନ୍ତି, ‘ବାସ୍ତବରେ ମୋତେ ଫିଲ୍ମ ଆଡକୁ ଆକର୍ଷିତ କରିଥିଲା ଜୋୟାର ଚରିତ୍ର ଯେ କହିପାରେ ନାହିଁ । ସେଥିପାଇଁ ଫିଲ୍ମ ଆରମ୍ଭ ହେବାର କିଛି ମାସ ପୂର୍ବରୁ ହିଁ ମୋତେ ସାଇନ ଲାଙ୍ଗୁଏଜର ଟ୍ରେନିଂ ନେବାକୁ ପଡିଥିଲା । ଏହା ମୋତେ ଖୁବ ସାହାଯ୍ୟ କରିଥିଲା । ’ ଏହା ସହିତ ତାରା କହିଥିଲେ ଏହା କମୁନିକେସନ କରିବାର ଏକ ଭଲ ଉପାୟ । ଯେବେ ମୁଁ ଟ୍ରାଭେଲ କରିବି ଏହାର ଉପଯୋଗ କରିବି ।

କହିରଖୁଛୁ ଯେ, ଏହା ତାର ସୁତାରିଆଙ୍କର ଦ୍ୱିତୀୟ ଫିଲ୍ମ । ସେ ଷ୍ଟୁଡେଣ୍ଟ ଅଫ ଦି ଅୟର ୨ରୁ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ । ଫିଲ୍ମ ‘ମରଜାୱାଁ’ର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ ଜାବେରୀ । ଫିଲ୍ମ ୨୨ ନଭେମ୍ବରରେ ରିଲିଜ ହେବ । ତେବେ ସିଦ୍ଦାର୍ଥ ଏବଂ ତାରାଙ୍କ ଯୋଡିକୁ ଦର୍ଶକ କେତେ ପସନ୍ଦ କରିବେ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More