Only for Entertainment

ରିଲିଜ ହେଲା ଇମୋସନାଲ୍ – ଡ୍ରାମା ଗୀତ ‘ତରସେ ୟେ ନୈନା’, ଦେଖନ୍ତୁ ଭିଡିଓ

you tube
33

ମୁକ୍ତିଲାଭ କଲା ଇମୋସନାଲ୍ – ଡ୍ରାମା ଗୀତ ‘ତରସେ ୟେ ନୈନା’ । ଗୀତରେ ଛୋଟ ପରଦାର ଲୋକପ୍ରିୟ ନାୟକ ରୋହନ୍ ମେହରାଙ୍କୁ ନାୟକ ଭାବେ ଦେଖିବାକୁ ମିଳିଛି । ତାଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ଅଭନୀତ୍ କୌର୍ । ଏଥିରେ ସ୍ଥାନ ପାଇଛି ରୋହନ୍ ମେହାର୍ ଓ ଅଭନିତଙ୍କ ପ୍ରେମ ସମ୍ପର୍କ । ଆଉ ତା ସହିତ ଏକ ଇମୋସନାଲ୍ କାହାଣୀ ।

କିଭଳି ଅବିଶ୍ୱାସ ଏକ ସମ୍ପର୍କକୁ ନଷ୍ଟ କରିଦିଏ, ତାହା ଦେଖିବାକୁ ମିଳିଛି ଏହି ଗୀତରେ । ଯୁବପିଢୀର ସ୍ରୋତାଙ୍କୁ ନଜରେ ରଖି ପ୍ରସ୍ତୁତ କରାଯାଇଛି ଏହି ଗୀତଟି । ସ୍ରୋତା ମଧ୍ୟ ଏହି ଗୀତଟିକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି ଗୀତଟି । ଜି ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତଟିକୁ ୟୁଟୁବରେ ୩ ଲକ୍ଷରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି ।

ରାମଜୀ ଗୁଲାଟିଙ୍କ ସଙ୍ଗୀତରେ ପ୍ରସ୍ତୁତ ହୋଇଥିବା ଏହି ଇମୋସନାଲ୍ ଗୀତରେ କଣ୍ଠଦାନ କରିଛନ୍ତି ଆନନ୍ଦ ବାଜପୈ । ଗୀତର ଲିରିକ୍ସ ଦେଇଛନ୍ତି କୁମାର୍ । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ୍ ଅରୋରା । ସୋସିଆଲ୍ ମିଡିଆରେ ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More