Only for Entertainment

ଲୋକସଭା ନିର୍ବାଚନ ପାଇଁ ହେମାମାଳିନୀଙ୍କ ନୂଆ ପ୍ରୟାସ, ଟ୍ରାକ୍ଟର ଚଳାଉଥିବାର ଆସିଲେ ନଜର !

ANINewsUP TWITTER
17

ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନିର୍ବାଚନୀ ମୈଦାନକୁ ଓହ୍ଲାଇ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନୂଆ ନୂଆ ତରିକା ଆପଣାଉଛନ୍ତି । ଏହିକ୍ରମରେ ମଥୁରାରୁ ନିର୍ବାଚନ ଲଢୁଥିବା ଅଭିନେତ୍ରୀ ତଥା ନେତ୍ରୀ ହେମାମାଳିନୀ ମଥୁରାରେ ଲୋକଙ୍କ ନିକଟତର ହେବା ପାଇଁ ଚାଷଜମିରେ ଟ୍ରାକ୍ଟର ଚଳାଉଥିବାର ଦେଖିବାକୁ ମିଳିଛି ।

ଟ୍ରାକ୍ଟର ଚଳାଇବା ସହ ବିଜେପିକୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି ହେମାମଳିନୀ । କେବଳ ଏତିକି ନୁହେଁ ଚାଷ ଜମିରୁ ଆଳୁ ଗୋଟାଇବ ସହ ବିଜେପି ନିର୍ବାଚନରେ ଜିତିଲେ ଆଳୁର ଉଚିତ ମୂଲ୍ୟ ଚାଷୀଙ୍କୁ ଦିଆଯିବ ବୋଲି କହିଛନ୍ତି ।

ଡ୍ରିମଗାର୍ଲ ହେମାମାଳିନୀଙ୍କ ଗୋଟିଏ ଝଲକ ପାଇବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ ଜମିଥିଲା । ହେମାମାଳିନୀ ଟ୍ରାକ୍ଟର ଚଳାଉଥିବାର ତାଙ୍କ ଫଟୋକୁ ଝିଅ ଇଶା ଦେୱଲ ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି ଯେ, ବସନ୍ତି ପୂର୍ବରୁ ଘୋଡା ଗାଡି ଚଳାଉଥିଲେ ଏବେ ସେ ଆଗକୁ ବଢୁଛନ୍ତି ଏବଂ ଟ୍ରାକ୍ଟର ଚଳାଉଛନ୍ତି । ଏହାପୂର୍ବରୁ ହେମାମାଳିନୀ ଫସଲ କାଟୁଥିବାର ଭିଡିଓ ମଧ୍ୟ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More