ପୁଣିଥରେ ଚୀନ ସାମ୍ନାରେ ‘ପଲଟନ’ । ଟିଜର ରିଲିଜ । ଏକା ସାଙ୍ଗରେ ୭ ଜଣ ନାୟକ ।
ବର୍ଡ଼ର ଓ ଏଲୋସି ଭଳି ଫିଲ୍ମ ଦେଇଥିବା ଜେପି ଦତ୍ତା ପୁଣିଥରେ ନେଇ ଆସୁଛନ୍ତି ଫିଲ୍ମ ପଲଟନ । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ । ଆଜି ଫିଲ୍ମର ଟିଜର ରିଲିଜ ହୋଇଛି । ଏହି ଫିଲ୍ମରେ ଜେପି ଦତ୍ତାଙ୍କର ପୂର୍ବ ଦୁଇଟି ଫିଲ୍ମ ବିଷୟରେ ମଧ୍ୟ ଦର୍ଶାଯାଇଛି ।
#Border… #LOCKargil… JP Dutta’s war trilogy #Paltan to release on 7 Sept 2018… #2MonthsToPaltan… Glimpse: pic.twitter.com/jOBnF5Xfiw
— taran adarsh (@taran_adarsh) July 7, 2018
ଟିଜରରେ ବରଫ ପାହାଡ଼ ମଧ୍ୟରେ ଯିବା ସମୟରେ ସୈନିକମାନେ ବନ୍ଦେ ମାତରଂ ନାରା ଦେଉଛନ୍ତି । ଟିଜର ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା । ୧୯୬୭ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମ ମାଧ୍ୟମରେ ଦେଶର ଇତିହାସକୁୁ ମନେ ପକାଇବାକୁ ପ୍ରୟାସ କରିଛନ୍ତି ଜେପି ଦତ୍ତା । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ସୁନିଲ ସେଟ୍ଟୀ,ଅର୍ଜୁନ ରାମପାଲ,ସୋନୁ ସୁଦ,ଗୁରମିତ ଚୌଧରୀ,ହର୍ଷବର୍ଦ୍ଧନ ରାଣେ,ସିଦ୍ଧାର୍ଥ କପୁର ଓ ଲଭ ସିହ୍ନା ନଜର ଆସିବେ । ଏହି ଫିଲ୍ମରେ ଟିଭିର ଦୀପିକା କକର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ଫିଲ୍ମରେ ଈଶା ଗୁପ୍ତା ମଧ୍ୟ ନଜର ଆସିବେ ।