Only for Entertainment

ରିଲିଜ ହେଲା ଫିଲ୍ମ ‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ର ଟ୍ରେଲର !

25

ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ର ଟ୍ରେଲର ରିଲିଜ ହୋଇଛି । ବଲିଉଡ ଅଭିନେତା ଅନୁପମ ଖେର ଏହି ଫିଲ୍ମରେ ମନମୋହନ ସିଂଙ୍କ ଭୂମିକା ତୁଲାଇଛନ୍ତି । ଟ୍ରେଲର ପୂର୍ବରୁ ହିଁ ଅନୁପମ ତାଙ୍କର ଗେଟଅପକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଜୟ ରତ୍ନାକର ଗୁଟ୍ଟୁ ଏବଂ ହଂସଲ ମେହେତା ଏହି ଫିଲ୍ମର କିଏଟିଭ ପ୍ରଡ୍ୟୁସର ଅଟନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ନିର୍ବାଚନ ପୂର୍ବରୁ ଠିକ ଏହି ଫିଲ୍ମ ରିଳିଜ ହେବ , ଏହିକାରଣରୁ ଫିଲ୍ମ ଚର୍ଚ୍ଚା ଜୋର ଧରିଛି । ଅନୁମାନ ହେଉଛି ଯେ ଏହି ଫିଲ୍ମ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ସପୋର୍ଟ କରିପାରେ । ଅନୁପମ ଖେରଙ୍କ ବ୍ୟତୀତ ଏହି ଫିଲ୍ମରେ ନଜର ଆସିବେ ଅକ୍ଷୟ ଖନ୍ନା । ଅକ୍ଷୟ ଫିଲ୍ମରେ ସଂଜୟ ବାରୁଙ୍କ ଭୂମିକାରେ ନଜର ଆସିବେ । ସଂଜୟ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ମିଡିଆର ମୁଖପାତ୍ର ଥିଲେ । ତାଙ୍କ ବହି ଉପରେ ଏହି ଫିଲ୍ମର କାହାଣୀ ଆଧାରିତ ।

ଟ୍ରେଲର ଆରମ୍ଭରେ ମନମୋହନ ସିଂଙ୍କ ଭୂମିକା ଦେଖିବାକୁ ମିଳିଛି । ଫିଲ୍ମ ଆସନ୍ତା ବର୍ଷ ୧୧ଜାନୁୟାରୀରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More