Only for Entertainment

ଫିଲ୍ମ ‘ଲଡ଼ାଇ’ରେ ଅନୁପମ ଖେର୍‌ଙ୍କୁ ଚୁମ୍ବନ ଦେବା ପାଇଁ ମନା କରି ଦେଇଥିଲେ ଅର୍ଚ୍ଚନା ପୂରଣ ସିଂହ ଜାଣନ୍ତୁ !

42

ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ଏବଂ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହଙ୍କୁ ନେଇ ଏକ ଅଜଣା କଥା ସାମ୍ନାକୁ ଆସିଛି । ଫିଲ୍ମ ‘ଲଡ଼ାଇ’ରେ ଦୁହିଁଙ୍କର ଏକ ଚୁମ୍ବନ ଦୃଶ୍ୟ ଥିବା ବେଳେ ଅର୍ଚ୍ଚନା ଏହି ଦୃଶ୍ୟକୁ ସୁଟ୍‌ କରିବା ପାଇଁ ମନା କରି ଦେଇଥିଲେ । ଫଳରେ ଫିଲ୍ମର ନିର୍ଦ୍ଦେଶକଙ୍କୁ ବାଧ୍ୟ ହୋଇ ସେ ଦୃଶ୍ୟକୁ ହଟାଇବାକୁ ପଡ଼ିଥିଲା ।

ସୂଚନା ମୁତାବକ, ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସୋ’ରେ ଯୋଗ ଦେଇଥିଲେ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ । ଏହି ସମୟରେ ସୋ’ର ଜଜ୍‌ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହ ତାଙ୍କୁ ଦେଖି ନିଜର ପୁରୁଣା ଦିନକୁ ମନେ ପକାଇଥିଲେ । ଫିଲ୍ମ ‘ଲଡ଼ାଇ’ରେ ତାଙ୍କର ଚୁମ୍ବନ ଦୃଶ୍ୟ ବିଷୟରେ କହିଥିଲେ, ମୁଁ ପୂର୍ବରୁ କେବେ ହେଲେ ପରଦାରେ ଏଭଳି ଦୃଶ୍ୟ କରି ନ ଥିବାରୁ ନିର୍ଦ୍ଦେଶକଙ୍କୁ ଏଭଳି ଦୃଶ୍ୟ କରି ପାରିବି ନାହିଁ ବୋଲି ମନା କରିଥିଲି । ମୁଁ ସହଜ ଅନୁଭବ କରୁନାହିଁ ବୋଲି ଜାଣି ଅନୁପମ ନିର୍ଦ୍ଦେଶକଙ୍କୁ ଦୃଶ୍ୟଟି ହଟାଇବାକୁ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More