Only for Entertainment

ଦ ଜଙ୍ଗଲ ବୁକ ଫିଲ୍ମ ପରେ ଏବେ ଏହି ଫିଲ୍ମରେ ଦେଖିବାକୁ ମିଳିବ ‘ବବର ଶେର’ , ଦ ଲାୟନ କିଙ୍ଗର ଟିଜର ହେଲା ରିଲିଜ !

amarujala
65

ହଲିଉଡର ଚର୍ଚ୍ଚିତ ଫିଲ୍ମ ‘ଦ ଲାୟନ କିଙ୍ଗ’ର ଟିଜର ହୋଇଛି ରିଲିଜ । ଏହି ଟିଜର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି, ଏବଂ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖାସ କଥା ହେଉଛି ଏହି ଫିଲ୍ମ ୧୯୯୪ରେ ଆସିଥିବା ଆନିମେସନ ଫିଲ୍ମର ରିମେକ । ‘ଦ ଲାୟନ କିଙ୍ଗ’ର ନିର୍ଦ୍ଦେଶନା ହଲିଉଡ ସୁପରହିଟ ଫିଲ୍ମ ଦ ଜଙ୍ଗଲ ବୁକର ନିର୍ଦ୍ଦେଶକ ଜନ ଫେବରୋଉ କରିଛନ୍ତି ।

୧ମିନିଟର ୩୨ସେକେଣ୍ଡର ଏହି ଭିଡିଓରେ ଜଣା ପଡୁଛି ଏହା ଜଙ୍ଗଲ ରାଜା ସିଂ ଉପରେ ଆଧାରିତ । ଫିଲ୍ମର କାହାଣୀ ଜଙ୍ଗଲର ରାଜା ସିମ୍ବାର ଛୁଆ ଉପରେ ଆଧାରିତ । ଏଥିରେ ଅନ୍ୟ ପଶୁ ମଧ୍ୟ ନଜର ଆସିଛନ୍ତି ।

ଏଠାରେ ଶୁଣିବାକୁ ମିଳିଛି ଯେ ‘ଦ ଲାୟନ କିଂଗ’ ରେ ହଲିଉଡର ଅନେକ କଳାକାର ସ୍ୱର ଦେଇଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ନିର୍ଦ୍ଦେଶକ ଜନ ଫେବରୋଉଙ୍କ ୨୦୧୬ରେ ଆସିଥିବା ଫିଲ୍ମ ‘ଦ ଜଙ୍ଗଲ ବୁକ’ ପୂରା ଦୁନିଆରେ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଖୁବ ଭଲ ଆୟ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More