Only for Entertainment

ଏହି କାରଣରୁ ସଲମାନ ଅଧିକାଂଶ ସମୟରେ କଳା ରଙ୍ଗର ପୋଷାକ ପିନ୍ଧନ୍ତି !

25

ନିଜ ପ୍ରଶଂସକମାନଙ୍କ ମଧ୍ୟରେ ସଲ୍ଲୁ ଭାଇ ନାମରେ ପରିଚିତ ଥିବା ଅଭିନେତା ସଲମାନ ଖାନ୍‌ ସବୁ ବେଳେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କ ପେସାଦାର ଜୀବନକୁ ନେଇ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ । ଅନେକ ସମୟରେ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ଏବେ ସେ ପିନ୍ଧୁଥିବା କଳା ରଙ୍ଗର ପୋଷାକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସଲମାନଙ୍କୁ ଅନେକ ସମୟରେ କଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖା ଯାଉଥିବା ବେଳେ ତାଙ୍କର ଜଣେ ପ୍ରଶଂସକ ଇନ୍‌ଷ୍ଟାରେ ଏହାର କାରଣ ପଚାରିଥିଲେ । ଏହାର ଉତ୍ତର ଦେଇଥିଲେ ସଲମାନଙ୍କ ଡିଜାଇନର ଏଶଲେ ରେବେଲୋ । ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ପୂରା କାରଣ ନ ଜଣାଇ, ସଲମାନଙ୍କୁ କଳା ରଙ୍ଗ ଅନ୍ୟ ରଙ୍ଗଠାରୁ ଅଧିକ ପସନ୍ଦ ସେଥିପାଇଁ ସେ କଳା ରଙ୍ଗର ପୋଷାକ ପିନ୍ଧନ୍ତି ବୋଲି କହିଥିଲେ ଏଶଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More