Only for Entertainment

୮ ବର୍ଷ ପରେ ପରଦାକୁ ଆସିବ ‘ଗୋ ଗୋଆ ଗନ’ର ସିକ୍ୱେଲ, ଯେଉଁଠାରେ ଶେଷ ହୋଇଥିଲା ପ୍ରଥମ ଭାଗ, ସେହିଠାରୁ ଆରମ୍ଭ ହେବ କାହାଣୀ

35

୨୦୧୩ରେ ଆସିଥିବା ଜମ୍ବି ଫିଲ୍ମ ‘ଗୋ ଗୋଆ ଗନ’ର ସିକ୍ୱେଲ ୮ ବର୍ଷ ପରେ ୨୦୨୧ରେ ପରଦାକୁ ଆସିବ । ଏହି ସୂଚନା ମେଡକ ଫିଲ୍ମସ୍ ଟ୍ୱିଟର ଆକାଉଂଟରେ ଦେଇଛନ୍ତି ।

 

ଆଇଏଏନଏସ ଅନୁସାରେ ମେଡକ ଫିଲ୍ମସର ସଂସ୍ଥାପକ ଦୀନେଶ୍ ବିଜାନ୍ କହିଛନ୍ତିଯେ ଏହା ଏକ ଯାତ୍ରା ଭଳି ଏବଂ ଆମେ ଫେରି ଆସିଛୁ ଏହି କ୍ରେଜି ରାଇଡ ସହିତ । ‘ଗୋ ଗୋଆ ଗନ’ କେତେକ କଥାକୁ ପରିଭାଷିତ କରିଛି ଏବଂ ଏହା ପୁଣିଥରେ କରିବା ପାଇଁ ପ୍ରସ୍ତୁତ । ଏହି ସମୟରେ ଯେତେ ଜଣ ଚରିତ୍ର ଆମ ସହିତ ଥିଲେ ଆମେ ତାଙ୍କୁ ପୁଣିଥରେ ଫେରାଇ ଆଣିବୁ । ଫାଇନାଲ ଡ୍ରାଫ୍ଟ ପ୍ରସ୍ତୁତ କରୁଥିବା ସେ କହିଛନ୍ତି । ଏହା ସହିତ ଏହା ୨୦୨୦ ସୁଦ୍ଧା ଆରମ୍ଭ ହେବ ବୋଲି ମଧ୍ୟ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More