Only for Entertainment

ତାସକନ୍ଦ ଫାଇଲ୍ସ: ଲାଲ ବାହାଦୁର ଶାସ୍ତ୍ରୀ ମରିଥିଲେ କି ହତ୍ୟା କରାଯାଇଥିଲା ଏହା ଉପରେ ଆସିବାକୁ ଯାଉଛି ଫିଲ୍ମ, ଦେଖନ୍ତୁ ଟ୍ରେଲର !

30

ଲୋକସଭା ନିର୍ବାଚନ ପୁର୍ବରୁ ଆଉ ଏକ ରାଜନୀତି ପ୍ରେରିତ ଫିଲ୍ମ ରିଲିଜ ହେବାକୁ ଯାଉଛି । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଫିଲ୍ମ ‘ଦ ତାସକନ୍ଦ ଫାଇଲ୍ସ’ର ଟ୍ରେଲର ୨୫ମାର୍ଚ୍ଚରେ ରିଲିଜ କରାଯାଇଛି । ଏହି ଫିଲ୍ମ ୧୨ଅପ୍ରେଲରେ ରିଲିଜ ହେବ ଏବଂ ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିବେକ ରଂଜନ ଅଗ୍ନିହୋତ୍ରୀ ।

ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ, ନସିରୁଦ୍ଦିନ ଶାହ, ଶ୍ୱେତା ବାସୁ, ପଙ୍କଜ ତ୍ରିପାଠୀ, ବିନୟ ପାଠକ ଏବଂ ମନ୍ଦିରା ବେଦି ମୁଖ୍ୟ ଭୂମିକାରେ ନଜର ଆସିବେ ।

ଅସଲରେ ୧୦ଜାନୁଆରୀ ୧୯୯୬ରେ ଉଜ୍ୱେକିସ୍ତାନର ତାସକନ୍ଦ ସହରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ବୁଝାମଣା ହୋଇଥିଲା । ଏହି ବୁଝାମଣା ଗୋଟେ ଦିନ ପରେ ଅର୍ଥାତ ଜାନୁଆରୀ ୧୧ରେ ଶାସ୍ତ୍ରୀଙ୍କର ରହସ୍ୟମୟ ଢଙ୍ଗରେ ମୃତ୍ୟୁ ହୋଇଥିଲା । ଅନେକ ଲୋକ ଏହି ମୃତ୍ୟୁର କାରଣ ହୃଦଘାତ କହିଥିଲେ ତ କେହି କେହି କହିଥିଲେ ଏହାକୁ କେହି କେହି ହତ୍ୟା ଭାବିଥିଲେ । କାରଣ ଶାସ୍ତ୍ରୀଙ୍କର ପୋଷ୍ଟମର୍ଟମ ହୋଇଥିଲା । ଏହିକାରଣରୁ ତାଙ୍କ ମୃତ୍ୟୁ ରହସ୍ୟମୟ ହୋଇ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More