Only for Entertainment

ବଲିଉଡରେ କିଏ ଆରମ୍ଭ କରିଥିଲେ ବଡି ବିଲଡିଙ୍ଗ ଟ୍ରେଣ୍ଡ୍?

Indian bodybuilding - WordPress.com
88

ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ତାରକାଙ୍କ ଫିଟନେସ ଫ୍ରିକ୍ ବ୍ୟକ୍ତିତ୍ୱକୁ ଅଧିକ ପସନ୍ଦ କରାଯାଉଛି । ତାରକା ମାନେ ନିଜକୁ ଫିଟ ରଖିବା ପାଇଁ ଜିମ ଟ୍ରେନର୍ସ ଏବଂ ଏକ୍ସପର୍ଟକୁ ମୋଟା ଫିସ ଦେଉଛନ୍ତି । କେଉଁ ଆକ୍ଟରଙ୍କର ୬ ପ୍ୟାକ ତ କେଉଁ ଆକ୍ଟରଙ୍କର ୮ ପ୍ୟାକ ଏବ୍ସ । କିନ୍ତୁ କ’ଣ ଆପଣ ଜାଣନ୍ତି କି ସେ କେଉଁ ତାରକା ଯିଏ ବଲିଉଡ ଇଣ୍ଡଷ୍ଟ୍ରିରେ ବଡି ବିଲଡିଙ୍ଗର ଟ୍ରେଣ୍ଡ ଆରମ୍ଭ କରିଥିଲେ? ଯଦି ଜାଣିନାହାଁନ୍ତି ତେବେ ଆଜି ହିଁ ଜାଣି ରଖନ୍ତୁ ।

ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଆକ୍ଟର ଦାରା ସିଂ’ଙ୍କୁ ରେସଲିଙ୍ଗର କିଙ୍ଗ କୁହାଯାଏ । ସେ ଅଭିନେତା ଥିବା ସହିତ ଜଣେ ଭଲ ରେସଲର ମଧ୍ୟ ଥିଲେ । ୧୯୬୮ରେ ଦାରା ସିଂ ୱାର୍ଲଡ ରେସଲିଙ୍ଗ ଚାମ୍ପିଅନସିପ ଜିତିଥିଲେ । ତାଙ୍କର ବିଶାଳକାୟ ଚଉଡ଼ା ଶରୀର ଏବଂ କଠିନ ମସଲ୍ସ ଯେକୌଣସି ବ୍ୟକ୍ତିର ଧ୍ୟାନ ଆକର୍ଷଣ କରୁଥିଲା । ସେ ପରିଶ୍ରମ କରି ନିଜକୁ ଫିଟ ରଖୁଥିଲେ । ଏହି କାରଣରୁ ତାଙ୍କୁ ବଲିଉଡର ବଡି ବିଲଡିଙ୍ଗର ଜନକ ବୋଲି କୁହାଯାଏ ।
ସଂଜୟ ଦତ୍ତ ୧୯୮୧ରେ ଫିଲ୍ମ ରକି ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ସେହି ସମୟରେ ସେ ପ୍ରାୟ ଦୁର୍ବଳ ଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଜବରଦସ୍ତ ବଡି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । କହିରଖୁଛୁ ଦାରା ସିଂ’ଙ୍କ ପରେ ସଂଜୟ ଦତ୍ତ ବଲିଉଡରେ ବଡି ବିଲଡିଙ୍ଗ ଟ୍ରେଣ୍ଡକୁ ଆଗକୁ ବଢାଇଥିଲେ ।

ବଡି ବିଲଡିଙ୍ଗ ପରମ୍ପରାକୁ ଆଗକୁ ବଢାଇବାରେ ତୃତୀୟ ସ୍ଥାନରେ ଅଛନ୍ତି ସନି ଦେଓଲ । ତେବେ ଏହାପରେ ସଲମାନ,ଜନ ଆବ୍ରାହିମଙ୍କ ଠାରୁ ଆରମ୍ଭ କରି ବଲିଉଡର ଏକାଧିକ ତାରକା ଏହି ଟ୍ରେଣ୍ଡରେ ଯୋଡ଼ି ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More