Only for Entertainment

ଆପଣଙ୍କ ହାତ ପାପୁଲିରେ ଏଭଳି ରେଖା ଅଛି କି, ତେବେ ଜାଣନ୍ତୁ ଆପଣ କେତେ ଭାଗ୍ୟଶାଳୀ

OddMeNot
0 102

ସାଧାରଣତଃ ଆମ ହାତ ପାପୁଲିରେ ଶଙ୍ଖ, ଛକି, ତ୍ରିଶୁଳ ଓ ତ୍ରିଭୂଜ ପରି କିଛି ରେଖା ଦେଖିବାକୁ ମିଳିଥାଏ। ଏପରି ରେଖାର ମହତ୍ତ୍ୱ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ହସ୍ତରେଖା ଜ୍ୟୋତିଷଙ୍କ ଅନୁସାରେ, ହାତ ପାପୁଲିରେ ଥିବା ଏହିସବୁ ରେଖା ବ୍ୟକ୍ତିଙ୍କ ଭବିଷ୍ୟତ ଓ ସ୍ୱଭାବ ସମ୍ପର୍କରେ ସୂଚନା ଦେଇଥାଏ। ତେବେ କୌଣସି ବ୍ୟକ୍ତିଙ୍କ ହାତ ପାପୁଲିରେ ରେଖା ଇଂରାଜୀ ଅକ୍ଷର M ପରି ଦେଖାଯାଉଥିଲେ, ଏହା ଏକ ଶୁଭ ଚିହ୍ନ ବୋଲି କୁହାଯାଇଥାଏ। ଆଜି ଆସନ୍ତୁ, M ଭଳି ଦିଶୁଥିବା ହସ୍ତରେଖାର ମହତ୍ତ୍ୱ ସମ୍ପର୍କରେ ଜାଣିବା।

ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ M ଚିହ୍ନ ପରି ରେଖା ଦେଖାଯାଇଥାଏ, ସେହି ବ୍ୟକ୍ତିମାନେ ଭବିଷ୍ୟତର ଘଟଣା ସମ୍ପର୍କରେ ପୂର୍ବରୁ ଜାଣିପାରନ୍ତି। ତେଣୁ ସେହି ବ୍ୟକ୍ତି ପୂର୍ବାନୁମାନ ହେବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି ରଖିଥାନ୍ତି। ଏହି କାରଣରୁ ସେମାନେ କାର‌୍ୟ୍ୟରେ ସଫଳତା ପାଇବାର ଆଶା ଅଧିକ ଥାଏ।

ଯଦି କୌଣସି ବ୍ୟକ୍ତିଙ୍କ ହାତର ରେଖା, ହୃଦୟ ରେଖା ଓ ମସ୍ତିଷ୍କ ରେଖା ଗ ଅକ୍ଷର ଭଳି ଦିଶୁଥାଏ, ତେବେ ସେହି ବ୍ୟକ୍ତି ଜଣେ ଭଲ ଲିଡର୍‌ ହୁଅନ୍ତି। ଏହିଭଳି ବ୍ୟକ୍ତିଙ୍କର ନେତୃତ୍ୱ ନେବାର କ୍ଷମତା ଅଧିକ ରହିଥାଏ।

ସେହିପରି M ଅକ୍ଷର ପରି ହସ୍ତରେଖା ଥିବା ବ୍ୟକ୍ତିଙ୍କର କଳ୍ପନା ଶକ୍ତି ଅଧିକ ଥାଏ। ଏହି ବ୍ୟକ୍ତିମାନେ ବିଶ୍ୱପ୍ରସିଦ୍ଧ ଚିତ୍ରକର, ଲେଖକ ଓ ସାହିତ୍ୟିକ ହୋଇଥା’ନ୍ତି। ଏପରି ଲୋକଙ୍କ ଆର୍ଥିକ ସ୍ଥିତି ଭଲ ମଧ୍ୟ ରହିଥାଏ। ଏମାନେ ଯେଉଁ କାମରେ ହାତ ଦିଅନ୍ତି, ସଫଳତା ନିଶ୍ଚୟ ମିଳିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More