Only for Entertainment

ଝିଅଙ୍କ ଭଳି ଲୁକ ନେଇ ଜେଲରୁ କଏଦୀ ଫେରାର ହେଉଥିବା ବେଳେ ପୁଲିସ କରିଲା ଗିରଫ, ଦେଖନ୍ତୁ ଭାଇରାଲ ଭିଡିଓ !

225

ବ୍ରାଜିଲର ଜଣେ ଗ୍ୟାଙ୍ଗଷ୍ଟର ମୂଖ୍ୟ ଡୀ ଜେନେରୋ ଜେଲ ଅଧିକାରୀ ଧରି ନେଇଛନ୍ତି କାରଣ ସେ ସାକ୍ଷାତ ସମୟରେ ଜେଲରୁ ଫେରାର ହେବା ପାଇଁ ପ୍ରୟାସ କରିଥିଲେ । ସେ ପ୍ଲାନ କରି ଝିଅ ବେଶରେ ସାମ୍ନାରେ ଥିବା କବାଟ ପଟ ଦେଇ ଫେରାର ହେବା ପାଇଁ ଚେଷ୍ଟା କରିଥିଲେ ।

କ୍ଲୌଭିନୋ ଦା ସିଲ୍ଭା ନାମକ ଗ୍ୟାଙ୍ଗଷ୍ଟର ନିଜ ଝିଅ ରୂପ ନେଇ ଜେଲରୁ ଫେରାର ହେବା ପାଇଁ ଚେଷ୍ଟା କରିଥିଲେ, ମାତ୍ର ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ସିଲ୍ଭାଙ୍କର ୧୯ବର୍ଷୀୟ ଝିଅ ତାଙ୍କୁ ଦେଖା କରିବାକୁ ଆସିଥିଲେ ।

ଝିଅ ଭଳି ମାସ୍କ, ୱିଗ, ପିଙ୍କ ଟିସାର୍ଟ ଏବଂ ଟାଇଟ ଜିନ୍ସ ଏବଂ ସ୍ୟାଣ୍ଡେଲ ପିନ୍ଧି ବିଲକୁଲ ଝିଅର ରୁପ ନେଇଯାଇଥିଲେ । ଝିଅକୁ ସେଠାରେ ଛାଡି ସିଲ୍ଭା ପଳେଇବାକୁ ଚେଷ୍ଟା କରିଥିଲେ । ସେ ସିନା ଝିଅର ରୁପ ଧରି ନେଲେ ମାତ୍ର ତାଙ୍କ ସ୍ୱଭାବ କାରଣରୁ ଧରା ପଡିଗଲେ । ସେହି ବ୍ୟକ୍ତି ଜଣକୁ ପୁଲିସ ଧରି ନେଇ ସୋସିଆଲ ମିଡିଆରେ ଏହାର ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଆରୋପୀ ଜଣକ କିଭଳି ଗେଟଅପ ନେଇଛନ୍ତି ତାହା ଦେଖିବାକୁ ମିଳିଛି । ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ସିଲ୍ଭା ବ୍ରାଜିଲର ସବୁଠାରୁ ଶକ୍ତିଶାଳୀ ଅପରାଧିକ ସମୁହର ଜଣେ ରେଡ କମାଣ୍ଡର ମୁଖ୍ୟ ଥିଲେ , ଯିଏ ନିଶାଦ୍ରବ୍ୟ ରପ୍ତାନୀ କରୁଥିଲେ । ଏହି ବ୍ୟକ୍ତି ଜଣକର ଫେରାର ହେବା ଅସଫଳ ହେବା ପରେ ପୁଲିସ ଏବେ କଡା ନଜର ରଖିଛି ଏବଂ ସୁରକ୍ଷିତ ଜେଲକୁ ସ୍ଥାନାନ୍ତର କରିଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More