Only for Entertainment

ପ୍ରସିଦ୍ଧ ପାଦରୀଙ୍କର ବିବାଦୀୟ ମନ୍ତବ୍ୟ, ସ୍ୱର୍ଗକୁ ଯାଇପାରିବେ ନାହିଁ ମୋଟି ମହିଳା !

53

ମାର୍ସେଲୋ ରୋସି ଜଣେ ପ୍ରସିଦ୍ଧ ପାଦରୀ ଅଟନ୍ତି । ବ୍ରାଜିଲରେ ରହୁଛନ୍ତି ସେ । ନିକଟରେ ପାଦରୀ ତାଙ୍କର ଭକ୍ତଙ୍କ ସାମ୍ନାରେ ଭାଷଣ ଦେଉଥିଲେ । ସେହି ସମୟରେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ‘ମୋଟି ଝିଅମାନେ ସ୍ୱର୍ଗ ଯାଇପାରିବେ ନାହିଁ’ ବୋଲି କହିଥିଲେ ଏହି ପାଦରୀ ଜଣକ । ଏହିକାରଣରୁ ଗୋଟେ ଝିଅ ଷ୍ଟେଜ ଉପରକୁ ଆସି ପଛ ପଟରୁ ଆସି ପାଦରୀଙ୍କୁ ଧକ୍କା ଦେଇଥିଲେ । ପାଦରୀ ଜଣକ ଷ୍ଟେଜ ଉପରୁ ତଳକୁ ପଡିଯାଇଥିଲେ ।

ଏହି ଭିଡିଓ ଏବେ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ବ୍ରାଜିଲର ସାଓ ପାଓଲୀରେ ଘଟିଛି ।

ଏଭଳି ଶୁଣିବାକୁ ମିଳିଛି ଯେ ହାରହାି ୫୦,୦୦୦ଲୋକ ଏହି ସଭାରେ ଥିଲେ । ଏଠାରେ ଉପସ୍ଥିତ ସମସ୍ତ ଲୋକ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ରୋସି ଉଠିଥିଲେ ଏବଂ କହିଥିଲେ ଯେ ସେ ଠିକ ଥିଲେ ଏବଂ କୌଣସି ଆଘାତ ଲାଗିନାହିଁ । କେବଳ ଆଣ୍ଠୁରେ ଦରଜ ରହିଛି । ଏବେ ଏହି ଝିଅକୁ ସୋସିଆଲ ମିଡିଆରେ ହିରୋ ମାନୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More