Only for Entertainment

ତାମିଲ-ତେଲଗୁରେ ‘ଠଗ୍ସ ଅଫ ହିନ୍ଦୋସ୍ତାନ’, ଜାରି କରାଗଲା ଅମିତାଭ-ଅମିରଙ୍କ ନୂଆ ଭିଡିଓ ।

aajtak
0 44

ମହାନାୟକ ଅମିତାଭ ବଚ୍ଚନ ଏବଂ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ପ୍ରଥମ ଥର ପାଇଁ ଏକା ସହିତ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ନଜର ଆସିବେ । ଦୁହିଁଙ୍କୁ ଏକା ସହିତ ଦେଖିବା ପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ସେହିପରି ଅମିର ଖାନ ମଧ୍ୟ ଅମିତାଭ ବଚ୍ଚନଙ୍କ ସହିତ କାମ କରିବା ସ୍ୱପ୍ନ ପୂରା ହେବା ପରି କହିଛନ୍ତି । ନିକଟରେ ଅମିତାଭ ଏବଂ ଅମିରଙ୍କ ଯୋଡି ଏକ ସରପ୍ରାଇଜର ଖୁଲାସା କରିଛନ୍ତି । ୟଶରାଜ ଫିଲ୍ମ ଅମିତାଭ ଏବଂ ଅମିରଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।

ଖବର ଅନୁସାରେ ଅମିତାଭ ବଚ୍ଚନ ଏବଂ ଅମିର ଖାନ ଷ୍ଟାରର ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’କୁ ତାମିଲ ଏବଂ ତେଲଗୁ ଭାଷାରେ ରିଲିଜ କରାଯିବ । ଫିଲ୍ମର ନିର୍ଦ୍ଦେଶକ ବିଜୟ କୃଷ୍ଣା ଆଚାର୍ଯ୍ୟଙ୍କ କହିବା ଅନୁସାରେ ପୁରା ଭାରତ ଏହି ଫିଲ୍ମକୁ ଦେଖନ୍ତୁ ବୋଲି ତାଙ୍କର ଇଚ୍ଛା । ଫିଲ୍ମକୁ ତାମିଲ ଏବଂ ତେଲଗୁ ଭାଷାରେ ରିଲିଜ ଘୋଷଣା କରିବାକୁ ନେଇ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଦୁଇ ଷ୍ଟାର କହୁଛନ୍ତି ଯେ ଦିପାବଳୀ ଆମେ ଏକା ସହିତ ଆସୁଛୁ ।

ନିକଟରେ ଫିଲ୍ମରେ ସବୁ କଳାକାରଙ୍କ ଫାଷ୍ଟଲୁକକୁ ସେୟାର କରିଛନ୍ତି । ଦର୍ଶକଙ୍କୁ ମଧ୍ୟ ସମସ୍ତଙ୍କ ଲୁକ ଖୁବ ପସନ୍ଦ ଆସିଛି । ଫିଲ୍ମଟି ୮ ନଭେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More