Only for Entertainment

ଠଗ୍ସ ଅଫ ହିନ୍ଦୋସ୍ତାନ : ରିଲିଜ ହେଲା ମଞ୍ଜୂୁରେ ଖୁଦାର ମେକିଂ ଭିଡି, ସୁଟିଂ ବେଳେ କ୍ୟାଟ୍ରିନାଙ୍କୁ ଲାଗିଥିଲା ଆଘାତ ।

DNA India
25

‘ଠଗ୍ସ ଅଫ ହିନ୍ଦୋସ୍ତାନ’କୁ ରିଲିଜ ହେବାର ମାତ୍ର ଆଉ ଗୋଟିଏ ସପ୍ତାହ ବାକି ରହିଛି । ମିଷ୍ଟର ପରଫେକ୍ସନିଷ୍ଟ ଆମିରଙ୍କ ଏହି ଫିଲ୍ମକୁ ଦେଖିବା ପାମଇଁ ତାଙ୍କ ଫ୍ୟାନ୍ସ ମଧ୍ୟ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ରିଲିଜ ଡେଟ ଯେତେ ଯେତେ ପାଖେଇ ଆସୁଛି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି । ମେକର୍ସ ଫିଲ୍ମର ଟ୍ରେଲର ଏବଂ ଦୁଇଟି ଗୀତ ରିଲିଜ କରିବା ପରେ ଫିଲ୍ମର ତୃତୀୟ ଗୀତ ମଞ୍ଜୁରେ ଖୁଦାକୁ ରିଲିଜ କରିଥିଲେ । ଗୀତରେ କ୍ୟାଟ୍ରିନାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଥିଲା ।

କହିରଖୁଛୁ ଯେ, ନିକଟରେ ଏହି ଗୀତର ମେକିଂ ଭିଡିଓକୁ ରିଲିଜ କରାଯାଇଛି । ଭିଡିଓରେ କ୍ୟାଟ୍ରିନାଙ୍କ ସହିତ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର କିପରି ପରିଶ୍ରମ କରୁଛନ୍ତି ତାହା ଦେଲଖିବାକୁ ମିଳିବ । ଏହି ଗୀତରେ ୪୦୦ ଡ୍ୟାନ୍ସର ଭାଗ ନେଇଥଲେ ଏବଂ ସମସ୍ତ ଏକା ସହିତ ପ୍ରାକ୍ଟିସ କରୁଥିଲେ ।

ଏହା ସହିତ ଏକ ଡ୍ୟାନ୍ସ ଷ୍ଟେପ କରିବା ସମୟରେ କ୍ୟାଟ୍ରିନାଙ୍କୁ କିପରି ଆଘାତ ଲାଗିଥିଲା ତାହା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଫିଲ୍ମ ୮ ନଭେମ୍ବରରେ ରିଲିଜ ହେବ । ଫିଲ୍ମରେ କ୍ୟାଟ୍ରିନାଙ୍କ ବ୍ୟତିତ ଅମିତାଭ ବଚ୍ଚନ ଏବଂ ଫାତିମା ସନା ଶେଖ ମଧ୍ୟ ନଜର ଆସିବେ ।
ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More