କାହିଁକି ମିଡିଆକୁ ଦେଖି ଦୌଡ଼ିଲେ ଟାଇଗର ସ୍ରଫ?
ଟାଇଗର ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଷ୍ଟୁଡ଼େଣ୍ଟ ଅଫ୍ ଦ ଇୟର-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଟାଇଗରଙ୍କ ସହ ରୋମାନ୍ସ କରିବେ ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ । ତେବେ କୌଣସି କାମରେ ଟାଇଗର ବାହାରକୁ ଯାଉଥିବା ବେଳେ ତାଙ୍କୁ ଏୟାରପୋର୍ଟରେ ସାମ୍ବାଦିକମାନେ ଘେରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାମ୍ବାଦିକମାନେ ପାଖକୁ ଆସିବା ପୂର୍ବରୁ ଟାଇଗର ଦୌଡ଼ିବାକୁ ଲାଗିଥିଲେ । ଯାହାକୁ ଦେଖିବା ପରେ ଉପସ୍ଥିତ ଲୋକ ଏବଂ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ହଠାତ୍ ଟାଇଗରଙ୍କର କ’ଣ ହେଲା ବୋଲି ସମସ୍ତେ ଭାବୁଥିବା ବେଳେ ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା ।