Only for Entertainment

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

you tube
0 45

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଏକ ସାଧାରଣ କଥା । ବେଳେବେଳେ କିଛି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥାଏ । କିନ୍ତୁ ଏହି ଝଗଡା ଯଦି ଲାଗି ରୁହେ ତେବେ ଘରର ପରିବେଶରେ ଅଶାନ୍ତି ଦେଖାଦେଇଥାଏ । ତେଣୁ ଝଡଡା ହେବା ମାତ୍ରେ ଏହାକୁ ତୁରନ୍ତ ସମାଧାନ କରିନେବା ଉଚିତ । ଏହା ପରେ ମଧ୍ୟ ଯଦି ଝଗଡା ଲାଗିରହୁଛି ତେବେ କିଛି ଉପାୟ ଆପଣାଇ ଏହାର ସମାଧାନ କରିପାରିବେ ।

ମା ପାର୍ବତୀଙ୍କ ପୂଜା କରନ୍ତୁ। ଶାସ୍ତ୍ର ଅନୁସାରେ ମା ପାର୍ବତୀଙ୍କ ପୂଜା କରିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ। ଏହା ସହ ଦାମ୍ପତ୍ୟ ଜୀବନରେ ଦେଖାଯାଉଥିବା ସମସ୍ୟା ପାଇଁ ମା ପାର୍ବତୀଙ୍କ ପୂଜା ସର୍ବଶ୍ରେଷ୍ଠ ଅଟେ।

ସୋମବାର ସକାଳେ ଗାଧୋଇବା ପରେ ସଫା ଲୁଗା ପିନ୍ଧି ଶିବ ମନ୍ଦିର ଯାଆନ୍ତୁ। ମନ୍ଦିରରେ ଭଗବାନ ଶିବଙ୍କ ସହ ପାର୍ବତୀ, ଗଣେଶ ଓ କାର୍ତ୍ତିକଙ୍କ ପୂଜା କରନ୍ତୁ। ମା ପାର୍ବତୀଙ୍କୁ ସିନ୍ଦୁର, ଚୂଡି ଚଢାନ୍ତୁ। ଲଗାତାର ଭାବେ ୪୧ ଦିନ ଯାଏଁ ମା’ଙ୍କ ପାଖରେ ସିନ୍ଦୂର ଚଢାନ୍ତୁ। ଏବଂ ଏହି ଲାଗି ସିନ୍ଦୁରକୁ ନିୟମିତ ଭାବେ ମଥାରେ ଲଗାନ୍ତୁ। ଏପରି କରିବା ଦ୍ୱାରା କଳହ କମ୍ ହେବା ସହ ଘରେ ସୁଖ ଶାନ୍ତି ବୃଦ୍ଧି ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More