Only for Entertainment

ଜାଣନ୍ତୁ ଆଜିର ରାଶିଫଳ

33

ମେଷ: ଆଜି ଆପଣଙ୍କ ମନ ଶାନ୍ତ ରହିବ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ବ୍ୟବସାୟରେ ପରିଧି ବଢ଼ିବ। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ କାଳୀଜାଈ।

 

 

 

 

ବୃଷ: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ଅଚାନକ ଧନଲାଭ ହେବ। ଅଫିସରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

 

 

ମିଥୁନ: ଆପଣଙ୍କ ଆବଶ୍ୟକତାକୁ ପୂରା କରିବା ଲାଗି ବନ୍ଧୁବର୍ଗ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେବେ। ଜମି କିଣିବା ପାଇଁ ଦିନଟି ଭଲ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ତର୍କ-ବିତର୍କ ଓ ସମସ୍ୟା ଠାରୁ ଦୂରେଇ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

 

 

 

 

କର୍କଟ: ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି। ଆପଣ ନିଜ ବ୍ୟବହାରରେ ଲୋକଙ୍କ ମନ ଜିଣି ନେବେ। ପରିଧାନ ବ୍ୟବସାୟୀ ବ୍ୟବସାୟ ବିସ୍ତାର କରିବେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

 

 

ସି˚ହ: ମାଆ-ବାପାଙ୍କ ଆଶୀର୍ବାଦ ନିଅନ୍ତୁ, ଆପଣ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ; ଯାହା ଦ୍ବାରା ଆର୍ଥିକ ସ୍ଥିତିରେ ଉନ୍ନତି ହେବ। କୌଣସି କାମରେ ବନ୍ଧୁଙ୍କ ଘରକୁ ଯିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

 

 

 

କନ୍ୟା: ଆଜି ଆପଣଙ୍କର ଆତ୍ମବିଶ୍ବାସ ଭରି ରହିବ। କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିପାରନ୍ତି। ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଧାର୍ମିକ ଅନୁଷ୍ଠାନରେ ରୁଚି ବଢ଼ିବ। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ସାଇରାମ।

 

 

 

ତୁଳା: ସୁଖ ଓ ସୌଭାଗ୍ୟ ପାଇବାର ଦିନଟିଏ। ଚାକିରିରେ ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। କାରବାର ସମ୍ବନ୍ଧିତ ଭଲ ଖବର ପାଇବେ। ରାଜ୍ୟ ବାହାରେ ଚାକିରିର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

 

ବିଛା: ସମୟ ଆପଣଙ୍କ ଲାଗି ଅନୁକୂଳ। ବ୍ୟବସାୟ ବୃଦ୍ଧି ଲାଗି ନିକଟ ବନ୍ଧୁ ଆପଣଙ୍କୁ ସହଯୋଗ କରିବେ। ବେକାରଙ୍କୁ ନୂଆ ଚାକିରିର ସୁଯୋଗ ମିଳିପାରେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଛାତ୍ରୀଙ୍କୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମହାଲକ୍ଷ୍ମୀ।

 

ଧନୁ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ। ନେତା ଓ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବ। ଆପଣଙ୍କ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ବରୀ।

 

 

 

ମକର: ଆଜି ଆପଣ ଯଥେଷ୍ଟ ରୋମାଣ୍ଟିକ ମନୋଭାବରେ ରହିବେ। ଜୀବନସାଥୀଙ୍କ ବିଚାର ସହିତ ମେଳ ରହିବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନରୁ ଯଥେଷ୍ଟ ଲାଭ ମିଳିବ। କୌଣସି ବଡ଼ କ˚ପାନିରେ ଚାକିରିର ଡାକରା ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

 

 

 

କୁମ୍ଭ: ଭାବନାରେ ସକାରାତ୍ମକତା ବଜାୟ ରଖନ୍ତୁ। ନୂଆ କାମ କରିବା ପୂର୍ବରୁ ମାତା-ପିତାଙ୍କ ରାୟ ନିଅନ୍ତୁ; ଭଲ ହେବ। ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ଦେଖାଦେବ। ଛାତ୍ରୀମାନେ ସମୟର ସଦୁପଯୋଗ କରନ୍ତୁ; ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

 

 

 

ମୀନ: ଦିନଟି ଠିକ୍‌ଠାକ୍‌ ରହିବ। ଅଫିସରେ କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହୋଇଯିବ। ଆପଣଙ୍କ ପ୍ରତିଭା ପାଇଁ ପୁରସ୍କାର ମିଳିପାରେ। ବ୍ୟବସାୟ ବିସ୍ତାର ପାଇଁ ନୂଆ ସୁଯୋଗ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More