ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ଗୀତ ‘ତୁ ମୋ ଜୀବନ’ । ୟୁଟୁବରେ ରିଲିଜ୍ ହୋଇଛି ଏହି ଗୀତର ଷ୍ଟୁଡିଓ ଭର୍ସନ୍ । ଏହି ମନଛୁଆଁ ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି ସ୍ୱୟମ୍ ପାଢୀ ଓ ଦୀପ୍ତିରେଖାଙ୍କ ଗାୟିକୀ । ଓଲିଉଡ୍ ବାଜାର୍ ଓ ବାବା ସିରିଡି ସାଇ ପ୍ରଡକ୍ସନ୍ ଦ୍ୱାରା ରିଲିଜ୍ ହୋଇଥିବା ଏହି ରୋମାଂଟିକ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜୀତ୍ ମଜୁମଦାର୍ । ଏହି ଆକର୍ଷଣୀୟ ଗୀତର ଲିରିକ୍ସ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ ।
ଏହି ଭିଡିଓରେ ଷ୍ଟୁଡିଓ ଭିତରେ ସିଙ୍ଗର୍ ମାନଙ୍କୁ ଗୀତ ରେକର୍ଡ କରୁଥିବାର ଦେଖିବାକୁ ମିଳିଛି । ୟୁଟୁବ୍ରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରିଲିଜ୍ ହେବାର ମାତ୍ର ୨୪ ଘଂଟା ଭିତରେ ଏହି ଗୀତକୁ ୬୦ ହଜାର୍ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି । ଏହି ଗୀତର ପ୍ରଯୋଜନା କରିଛନ୍ତି ରଶ୍ମି ରଂଜନ ନାୟକ । ଖୁବଶୀଘ୍ର ଏହି ଗୀତକୁ ନେଇ ଏକ ରୋମାଂଟିକ୍ ଭିଡିଓ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି ମେକର୍ । ଯାହା ଇନ୍ୟୁଜ୍ ଓଡିଆର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲ୍ରେ ମୁକ୍ତିଲାଭ କରିବ ।