Only for Entertainment

କାଷ୍ଟିଂ କାଉଚର ଶିକାର ହୋଇଛନ୍ତି ଏହି ଅଭିନେତା, ଜାଣନ୍ତୁ ।

amarujala
0 58

ଛୋଟ ପରଦାର ଏକ ପ୍ରସିଦ୍ଧ ଅଭିନେତା ଏକ ବଡ ଖୁଲାସା କରିଛନ୍ତି । ତାଙ୍କ କ୍ୟାରିୟର ଆରମ୍ଭ ହେବାରୁ ଦିନରୁ ହିଁ ସେ କାଷ୍ଟିଂ କାଉଚର ଶୀକାର ହୋଇଥିଲେ । ଏକ ଖବରକାଗଜରେ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେଉଁ କାଷ୍ଟିଂ ନିର୍ଦ୍ଧେଶକ ରଣବୀର ସିଂଙ୍କୁ ସେକ୍ସୁଆଲ ଫେଭର୍ସ ମାଗିଥିଲେ ସେହି ବ୍ୟକ୍ତ ଜଣକ ତାଙ୍କ ପାଖରେ ମଧ୍ୟ ଏଭଳି ସର୍ତ୍ତ ରଖିଥିଲେ ।

ଏହି ଅଭିନେତା ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଛୋଟ ପରଦାର ଅଭିନେତା କରଣ ଟୈକର । ସେ କହିଛନ୍ତି ଜଣେ ନାମୀଦାମି କାଷ୍ଟିଂ ଟୈକର ତାଙ୍କୁ ଏଭଳି ସର୍ତ୍ତ ରଖି ଅଫର କରି କହିଥିଲେ କଣ ହାର୍ଡ କାମ କରିବ ନା ସ୍ମାର୍ଟ କାମ କରିବ । ଯେତେବେଳେ ସେ ରଣବୀର ସିଂଙ୍କ ସାକ୍ଷାତକାର ଟିଭିରେ ଦେଖିଥିଲେ ତାଙ୍କୁ ସେହି ସମୟରେ ଅନୁଭବ ହୋଇଥିଲା ଯେ ଯେଉଁ ଏଜେଂଟ ତାଙ୍କ ସାମ୍ନାରେ କାମ ବଦଳରେ ‘କମ୍ପ୍ରୋମାଇଜ’ରଖିଥିଲେ. ସେହି କାଷ୍ଟିଂ କୋଡିନେଟର ରଣବୀରଙ୍କୁ ମଧ୍ୟ ଏଭଳି ପ୍ରସ୍ତାବ ଦେଇଥିଲେ ।

karan-tacker-hd-wallpapersଏଠାରେ ଆମେ କହି ରଖୁଛୁ ଯେ ୨୦୧୫ରେ ବଲିଉଡ ଅଭିନେତା ରଣବୀର ଏହି କାଷ୍ଟିଂ କାଉଚ ସମ୍ପର୍କରେ ଖୁଲାସା କରିଥିଲେ । ସେ କହିଥିଲେ ଜରେ ନାମୀଦାମି କାଷ୍ଟିଂ ଡାଇରେକ୍ଟର ତାଙ୍କୁ ନିଜ ମୁମ୍ବାଇ ସ୍ଥିତ ଘରକୁ ଡାକି ଯଦି ରଣବୀରଙ୍କୁ ସଫଳ ହେବାର ଅଛି ତେବେ ତାଙ୍କୁ ସ୍ମାର୍ଟ ହେବାକୁ ପଡିବ ବୋଲି କହି ଶାରୀରିକ ସମ୍ପର୍କ ପାଇଁ ଅଫର ଦେଇଥିଲେ । ଯିଏ ସ୍ମାର୍ଟ ଏବଂ ସେକ୍ସି ସେ ହିଁ ଆଗକୁ ଯାଏ ବୋଲି କହିଥିଲେ । ଏହି କଥା ରଣବୀର ଅନେକ ଦିନ ପରେ ବୁଡି ପାରିଥିଲେ ।
ରଣବୀର ଯେତେବେଳେ ତାଙ୍କ ପ୍ରସ୍ତାବକୁ ଅସ୍ୱୀକାର କରିଦେଲେ ସେହି ବ୍ୟକ୍ତି ଜଣକ ମୁହଁ ଶୁଖି ଯାଇଥିଲା । କରଣ ଟୈକର କହିଛନ୍ତି ଆଜି ମଧ୍ୟ ତାଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ମାତ୍ର ଆପଣଙ୍କ ଉପରେ ନିର୍ଭର କରେ ଆପଣ କେଉଁ ରାସ୍ତା ବାଛିବେ ବୋଲି କରଣ କହିଛନ୍ତି । କେବଳ ମହିଳା ନୁହେଁ ପୁରୁଷ ମଧ୍ୟ କାଷ୍ଟିଂ କାଉଚର ଶିକାର ହେଉଛନ୍ତି ।

ଟିଭି ଅଭିନେତା କରଣ ‘ଏକ ହଜାରୋ ମେ ମେରି ବେହେନା ହେ’ରେ ପ୍ରସିଦ୍ଦ ହୋଇଥିଲେ । ଏହାଛଡା ସେ ‘ରଂଗ ବଦଲତି ଦୁନିଆ’ରେ ମଧ୍ୟ ନଜର ଆସିଥିଲେ । କରଣ ‘ଇଣ୍ଡିଆଜ ଗଟ ଟ୍ୟାଲେଂଟ’ ଏବଂ ‘ଦ ଭଏସ’ଭଳି ରିଆଲିଟି ସୋରେ ହୋଷ୍ଟ ମଧ୍ୟ କରିଛନ୍ତି । ଅତିଶୀଘ୍ର ତାଙ୍କର ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର-୨’ ଜରିଆରେ ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More