Only for Entertainment

ସେ ମୋ ଆଖି ସାମ୍ନାରେ ଛଟପଟ ହେଉଥିଲା, କିନ୍ତୁ ମୁଁ ତାକୁ ବଂଚାଇ ପାରିଲିନି । ଦୁଃଖ ଜଣାଇଲେ ଅଭିନେତା ।

bo9llywood tadka
43

ଟିଭି ସିରିଅଲ ‘ ପ୍ୟାର କେ ପାପଡ଼’ରେ ନନ୍ଦୁ ଗୁପ୍ତା ଚରିତ୍ରରେ ନଜର ଆସୁଥିବା ଅଭିନେତା ପ୍ରତୀଶ ବୋରାଙ୍କ ଝିଅ ନିକଟରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଏହି ଖବରରେ ଲୋକଙ୍କ ଆଖି ଲୁହରେ ଭରିଯାଇଛି । ମୃତ୍ୟୁ ସମୟରେ ଝିଅର ବୟସ ଥିଲା ୨ ବର୍ଷ । ୭ ମଇକୁ ତାଙ୍କ ଝିଅ ଖେଳୁଥିବା ସମୟରେ ଏକ ପ୍ଲାଷ୍ଟିକ ଖେଳଣା ଗିଳିଦେଇଥିଲେ, ଯାହାପରେ ପିଲାଟିର ମୃତ୍ୟୁ ହୋଇଛି । ନିଜେ ପ୍ରତୀଶ ଏହି ଖବର ସୋସିଆଲ ମିଡିଆରେ ଦେଇଛନ୍ତି ।

ଆକ୍ଟର ତାଙ୍କ ଝିଅର ଟ୍ରାଜିକ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ପ୍ରତୀଶଙ୍କ କହିବା ଅନୁସାରେ ସେ ତାଙ୍କ ଝିଅ ମୁହଁରୁ ଖେଳଣା ବାହାର କରିବାକୁ ଖୁବ ଚେଷ୍ଟା କଲେ, କିନ୍ତୁ ତାକୁ ବଂଚାଇ ପାରିଲେ ନାହିଁ । କିଛି ସମୟ ଜୀବନ ମରଣ ସହିତ ସଂଘର୍ଷ କରିବା ପରେ ଝିଅଟିର ମୃତ୍ୟୁ ହୋଇଗଲା । ଘଟଣା ସମୟରେ ପ୍ରତୀଶ ତାଙ୍କ ଘରେ କିଛି ବନ୍ଧୁମାନଙ୍କ ସହିତ ଥିଲେ । ସେ ମୋ ସାମ୍ନାରେ କଷ୍ଟ ପାଉଥିଲା, ଛଟପଟ ହେଉଥିଲା କିନ୍ତୁ ମୁଁ ତାକୁ ବଂଚାଇ ପାରିଲିନ ବୋଲି ପ୍ରତୀଶ ଦୁଃଖ ପ୍ରକାଶ କରିଛନ୍ତି । ପ୍ରତୀଶ ଏବଂ ତାଙ୍କ ପତ୍ନୀ ତତକ୍ଷଣାତ ଝିଅକୁ ନେଇ ହସ୍ପିଟାଲରେ ପହଂଚିଗଲେ, କିନ୍ତୁ ସେହି ସମୟକୁ ରକ୍ତ ବାହାରିବା ଆରମ୍ଭ ହୋଇ ଯାଇଥିଲା । ଡାକ୍ତର ଯେମିତି ହେଉ ରକ୍ତ ପ୍ରବାହକୁ ବନ୍ଦ କରିଦେଇଥିଲେ, କିନ୍ତୁ ହୃଦୟର ସ୍ପନ୍ଦନ କମ ହୋଇଯାଇଥିଲା । କିଛି ସମୟ ପରେ ଅବସ୍ଥା ସ୍ଥିର ହୋଇଗଲା । ଯାହାପରେ ତାଙ୍କୁ ୨୪ରୁ ୪୮ ଘଂଟା ଅବଜର୍ଭେସନରେ ରଖାଯିବ କୁହାଗଲା, କିନ୍ତୁ ହଠାତ ପୁଣିଥରେ ରକ୍ତ ବାହାରିବା ଆରମ୍ଭ ହୋଇଗଲା ଏବଂ ହୃତସ୍ପନ୍ଦନ ଅସ୍ଥିର ହୋଇଗଲା । ରାତି ୧ଟା ପର୍ଯ୍ୟନ୍ତ ତାକୁ ଡାକ୍ତର ବଂଚାଇବାକୁ ଖୁବ ଚେଷ୍ଟା କଲେ, କିନ୍ତୁ ସେ ଆଖି ବୁଜିଦେଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More