Only for Entertainment

୨୫କୋଟିର ବଙ୍ଗଳା ବିକିଲେ ଅଭିନେତା ଉଦୟ ଚୋପ୍ରା, କାରଣ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ !

amarujala
0 79

ବଲିଉଡର ଜଣେ ଫ୍ଲପ୍ ଅଭିନେତା ଭାବେ ଜଣାଯାଆନ୍ତି ଉଦୟ ଚୋପ୍ରା । ସୁପରହିଟ ଡିରେକ୍ଟର ୟଶ ଚୋପ୍ରାଙ୍କ ପୁଅ ହୋଇଥିବା ସତ୍ୱେ ବଲିଉଡରେ ତିଷ୍ଠି ପାରିଲେନି । ସ୍ୱର୍ଗତ ୟଶ ଚୋପ୍ରା ଜଣେ ସୁନାମଧନ୍ୟ ଫିଲ୍ମ ମେକର୍ ରହିଥିବାବେଳେ, ବଡ ପୁଅ ଆଦିତ୍ୟ ଚୋପ୍ରା ବି ଫିଲ୍ମ ନିର୍ମାତା ଭାବେ ହାସଲ କରିଛନ୍ତି ଅନେକ ସଫଳତା ।

ତେବେ ମୋହବତେଁ ଓ ଧୁମ୍ ଫ୍ରାଂଚାଇଜକୁ ଛାଡିଲେ ଉଦୟ ଚୋପ୍ରା ନିଜ କ୍ୟାରିୟରରେ ଏମିତି ଗୋଟିଏ ବି ସଫଳ ସିନେମା ଭେଟି ଦେଇ ନାହାଁନ୍ତି ଯାହା ଅଡିଏନ୍ସଙ୍କୁ ଆସିଥିବ ପସନ୍ଦ ।

ଆଉ ଏବେ ଏହି ଅଭିନେତା ଆସିଛନ୍ତି ଚର୍ଚ୍ଚାକୁ । ୟୁଏଏସରେ ଥିବା ନିଜ ଭିଲାକୁ ସେଲ୍ କରିବା ନେଇ ଚର୍ଚ୍ଚାରେ ରହିଛନ୍ତି । ୨୫ କୋଟିର ଏହି ବଙ୍ଗଳାକୁ ବିକ୍ରି କରିଛନ୍ତି ଉଦୟ ଚୋପ୍ରା । ତେବେ ଉଦୟ ଚୋପ୍ରା ନିଜର ଏହି ବିଳାଶପୂର୍ଣ୍ଣ ବଙ୍ଗଳା କାହିଁକି ବିକ୍ରି କରିଛନ୍ତି, ସେନେଇ କୌଣସି ସୂଚନା ମିଳି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More