Only for Entertainment

୪ ବିଲିୟନ ବିଜନେସ୍ କରିଥିବା ଏହି ସୁପରହିଟ ହଲିଉଡ ଫିଲ୍ମର ହେବ ହିନ୍ଦି ରିମେକ ।

proyectorfantasma
0 36

ଉମା ଥର୍ମନ ଫେମ ହଲିଉଡ ଫିଲ୍ମ ‘କିଲ ବିଲ’ର ହିନ୍ଦି ରିମେକ ନିର୍ମାଣ ହେବକୁ ଯାଉଛି । ଏହି ଫିଲ୍ମ ରିଲିଜ ହେବା ସମୟରେ କେବଳ ୟୁଏଏସରେ ନୁହେଁ ବରଂ ପୁରା ଦେଶରେ ଧମାଲ କରିଥିଲା । ଦୁଇ ଭାଗରେ ନିର୍ମାଣ ହୋଇଥିବା ଏହି ଫିଲ୍ମର ଏବେ ହିନ୍ଦି ରିମେକ ନିର୍ମାଣ ହେବ । ଦର୍ଶକେ ଏବେ ହିନ୍ଦି ଭାଷାରେ ଏହି ଫିଲ୍ମକୁ ଆଉ ଥରେ ଦେଖିବାର ସୁଯୋଗ ପାଇବେ ।

ନିଖିଲ ଦ୍ୱିବେଦୀଙ୍କ ପ୍ରଡକ୍ସନ ହାଉସ ବର୍ତ୍ତମାନ ଫିଲ୍ମର ରାଇଟସ ନେଇଛନ୍ତି । ନିଖିଲ ସ୍ପୋକ୍ସପର୍ସନଙ୍କ ଠାରୁ ଫିଲ୍ମ ବିଷୟରେ ଅଧିକ ସୂଚନା ଏକାଠି କରୁଛନ୍ତି । କହିରଖୁଛୁ ଯେ ନିଖିଲ ‘ବିରେ ଦି ୱେଡିଂ’ର ପ୍ରଡକ୍ସନ କରିଥିଲେ ।

ଫିଲ୍ମ ‘କିଲ ବିଲ’ରେ ଉମାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଫିଲ୍ମର ପ୍ରଥମ ପାର୍ଟ ୪ ବିଲିୟନ ୮୩ କୋଟି ଆୟ କରିଥିଲା । ଫିଲ୍ମକୁ ପୁରା ଦୁନିଆ ପସନ୍ଦ କରିଥିଲା । ଫିଲ୍ମରେ ଏକ ଘାତକ ମହିଳାର ଛବିକୁ ଦର୍ଶାଯାଇଥିଲା । ଯେ ଜାପାନ ଯାଇ ନିଜ ଅଧିକାର ପାଇଁ ଲଢେଇ କରିଥାଏ । ବିଶ୍ୱସ୍ତରରେ ଫିଲ୍ମର ସଫଳତାକୁ ଲକ୍ଷରେ ରଖି ଏହାର ଦ୍ୱିତୀୟ ପାର୍ଟ ନିର୍ମାଣ କରାଯାଇଥିଲା । ପ୍ରଥମ ଭାଗ ଭଳି ଦ୍ୱିତୀୟ ଭାଗ ମଧ୍ୟ ସୁପରହିଟ ହୋଇଥିଲା । ଫିଲ୍ମର ପ୍ରଥମ ପାର୍ଟ ୨୦୦୩ରେ ଏବଂ ଦ୍ୱିତୀୟ ପାର୍ଟ ୨୦୦୪ରେ ରିଲିଜ ହୋଇଥିଲା । ଏବେ ଦେଖିବାକୁ ବାକି ରହିଲା ଏହାର ହିନ୍ଦି ରିମେକ କେତେ ସଫଳ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More