Only for Entertainment

ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା

Men's Health
0 57

ଆଜିକାଲି ବି-ଟାଉନରେ ଅଭିନେତା ଟାଇଗର୍ ଶ୍ରଫଙ୍କୁ ନେଇ ଢେର୍ ଚର୍ଚ୍ଚା । ତାଙ୍କ ଫିଲ୍ମ ବାଗି-୨ ସୁପରହିଟ୍ ହେବା ପରେ ଟାଇଗରଙ୍କ ଚାହିଦା ଢେର୍ ବଢି ଯାଇଛି । କାରଣ ଏହି ହ୍ୟାଣ୍ଡସମ୍ ଆକ୍ଟର୍ କେବଳ ଅଭିନୟରେ ନିଜ କମାଲ୍ ଦେଖାଇଛନ୍ତି ତାହା ନୁହେଁ । ଆକ୍ସନ୍, ଡ୍ୟାନ୍ସ ସବୁଥିରେ ମାହିର୍ ଟାଇଗର । ଯାହାକୁ ନେଇ ବେଶ୍ ଫ୍ୟାନ୍ ଫଲୋଇଂ ବନାଇ ପାରିଛନ୍ତି ଟାଇଗର୍ । ତେବେ ଏହି ଷ୍ଟାଇଲିସ୍ ଆକ୍ଟରଙ୍କ ବିଷୟରେ ଏମିତି ଅନେକ କଥା ଅଛି ଯାହା ତାଙ୍କ ଫ୍ୟାନମାନେ ଜାଣି ନଥିବେ । ଚାଲନ୍ତୁ ଜାଣିବା ଟାଇଗରଙ୍କୁ ନେଇ ଏମିତି କିଛି ଅଜଣା କଥା ।

  • ଟାଇଗର୍ ଶ୍ରଫଙ୍କ ପ୍ରକୃତ ନାମ ଜୟ ହେମନ୍ତ ଶ୍ରଫ । ଟାଇଗର୍ ନାମରେ ତାଙ୍କୁ ବାପା ଜ୍ୟାକି ଶ୍ରଫ୍ ଡାକୁଥିଲେ, କାରଣ ସେ ପିଲାବେଳେ ଟାଇଗର୍ ସଭିଙ୍କୁ କାମୁଡୁଥିଲେ । ଆଉ ଏହି ନାମ ହିଁ ତାଙ୍କର ରହିଗଲା ।
  • ଆକ୍ଟିଂ କରିବା ପାଇଁ କେବେ ବି ଚାହିଁ ନଥିଲେ ଟାଇଗର୍ । ତାଙ୍କ ରୁଚି ସ୍ପୋର୍ଟସରେ ଥିଲା । ସେ ମାର୍ସଲ୍ ଆର୍ଟରେ ବି ନେଇଛନ୍ତି ପ୍ରଶିକ୍ଷଣ । ଅଭିନୟ ପାଇଁ କୌଣସି ଯୋଜନା କରି ନଥିଲେ ମାତ୍ର ଶେଷରେ ଅଭିନୟକୁ ହିଁ କ୍ୟାରିୟର୍ ବାଛିଛନ୍ତି ଟାଇଗର୍ ।
  • ଅଭିନୟରେ ଏଂଟ୍ରି କରିବା ପୂର୍ବରୁ ଶୁଣିବାକୁ ମିଳୁଥିଲା କି ଟାଇଗର୍ ମଡେଲ୍ ଆଂଜେଲା ଜନସନଙ୍କୁ ଡେଟ୍ କରୁଛନ୍ତି । ତେବେ ପରେ ଟାଇଗର୍ କହିଥିଲେ କି ରିୟଲ୍ ଲାଇଫରେ ସେ କେବେ ଆଜେଂଲାଙ୍କୁ ଭେଟି ବି ନାହାଁନ୍ତି । ତାଙ୍କ ମାଁ ଚାହୁଁଥିଲେ ଟାଇଗରଙ୍କ ଡେବ୍ୟୁ ସିନେମାରେ ଆଂଜେଲାଙ୍କୁ ନାୟିକା ଭାବେ ନେବାକୁ ।
  • ବିଗ୍ ସ୍କ୍ରିନ୍ ପୂର୍ବରୁ ଟାଇଗରଙ୍କୁ ମିଳିଥିଲା ସ୍ମଲ୍ ସ୍କ୍ରିନ୍ ଅଫର୍ । ଫୌଜି ନାମକ ଏକ ଟିଭି ପ୍ରୋଜେକ୍ଟ ଅଫରକୁ ୨୦୦୯ ମସିହାରେ ଏଡାଇ ଦେଇଥିଲେ ଟାଇଗର୍ ।
  • ହ୍ରିତିକ୍ ରୋଶନଙ୍କୁ ଟାଇଗର୍ ନିଜ ପ୍ରଫେଶନାଲ୍ ଗୁରୁ ମାନୁଥିବାବେଳେ, ଅମିର୍ ଖାନ୍ ହେଉଛନ୍ତି ତାଙ୍କ ରିୟଲ୍ ଲାଇଫ୍ ଆଇଡଲ୍ ।
  • ନିଜ ବାପାଙ୍କ ହାଇଟକୁ ନେଇ ଟାଇଗର୍ ଟିକେ ଜେଲସ୍ ଫିଲ୍ କରନ୍ତି । ତାଙ୍କ ବାପାଙ୍କ ଭଳି ତାଙ୍କର ହାଇଟ୍ ନଥିବାରୁ ଟାଇଗର୍ ମନ ଦୁଃଖ କରନ୍ତି ।
  • ଏହି ହ୍ୟାଣ୍ଡସମ୍ ଅଭିନେତାଙ୍କର ନିଶା କରିବାର ଖରାବ ଅଭ୍ୟାସ ନାହିଁ । ମଦ୍ୟପାନ ଏବଂ ସ୍ମୋକିଂ ଠାରୁ ବହୁ ଦୁରରେ ଟାଇଗର୍ ।
  • ଟାଇଗର୍ ହେଉଛନ୍ତି ଅମିର୍ ଖାନଙ୍କ ଫିଜିକ୍ କୋଚ୍ । ଅମିରଙ୍କ ଧୁମ୍ – ଥ୍ରୀ ଲୁକ୍ସ ପାଇଁ ତାଙ୍କୁ ଟ୍ରେନ୍ କରିଥିଲେ ଟାଇଗର୍ ଶ୍ରଫ । ବଡି ବନାଇବା ପାଇଁ ଆମିରଙ୍କୁ ତାଲିମ୍ ଦେଇଥିଲେ ଟାଇଗର୍ ।
  • ନିଜ ଡେବ୍ୟୁ ଫିଲ୍ମ ହିରୋପନ୍ଥିରେ ଜବରଦସ୍ତ ମାର୍ସାଲ୍ ଆର୍ଟ ପରିବେଷଣ କରିଥିଲେ ଟାଇଗର୍ । ହେଲେ ଏଥିପାଇଁ ସେ କୌଣସି ବିଦେଶ କୋଚଙ୍କ ଠାରୁ ତାଲିମ୍ ନେଇ ନାହାଁନ୍ତି । ହରିୟାଣାର ଜିଲି ମୱାଇ ନାମକ ଜଣେ ଟ୍ରେନରଙ୍କ ଠାରୁ ମାର୍ସାଲ୍ ଆର୍ଟର ଟ୍ରେନିଂ ନେଇଛନ୍ତି ଟାଇଗର୍ ।

ବାଗି-ଟୁର ସଫଳତା ପରେ ଟାଇଗର୍ ଏବେ ନିଜ ଆଗାମୀ ଫିଲ୍ମ ‘ଷ୍ଟୁଡେଂଟ୍ ଅଫ ଦି ଇୟର’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More