Only for Entertainment

ବାଇକରେ ନିଆଁ ଲାଗିବା ପରେ ମଧ୍ୟ ୪ କିମି ପର୍ଯ୍ୟନ୍ତ ଜାଣି ପାରିନଥିଲେ କପଲ, ଭିଡ଼ିଓ ଦେଖନ୍ତୁ ତାହା ପରେ କ’ଣ ହେଲା ।

ndtv
66

ଉତ୍ତର ପ୍ରଦେଶର ଇଟାୱା ନିକଟରେ ଏକ୍ସପ୍ରେସୱେ ହାଇୱେରେ ଯାଉଥିବା ପତି ପତ୍ନୀ ୟୁପି ପୋଲିସର ସତର୍କତ୍ତା କାରଣରୁ ଏକ ବଡ଼ ଦୁର୍ଘଟଣାରୁ ବଂଚି ଯାଇଛନ୍ତି । ସେମାନଙ୍କ ସହିତ ତାଙ୍କ ପୁଅ ମଧ୍ୟ ଯାତ୍ରା କରୁଥିଲା । ବାସ୍ତବରେ ଏହି ଲୋକ ମାନଙ୍କୁ ଜଣାନଥିଲାଯେ ତାଙ୍କ ଗାଡ଼ିର ଟାୟାର ପାଶ୍ୱର୍ରେ ନିଆଁ ଲାଗି ଯାଇଥିଲା । ସେହି ସମୟରେ ତୈତାନ ୟୁପି ପୋଲିସର ୧୦୦ ନମ୍ବର ଟିମର ତାଙ୍କ ଉପରେ ନଜର ପଡ଼ିଲା ତ ସେମାନେ ହଠାତ ଆଶ୍ଚର୍ଯ୍ୟ ହୋଇଗଲେ । ପୋଲିସକର୍ମୀ ସେମାନଙ୍କୁ ଅଟକିବା ପାଇଁ କହିଲେ କିନ୍ତୁ ସେମାନେ ଧ୍ୟାନ ଦେଲେ ନାହିଁ । ଏହାପରେ ପୋଲିସ ଟିମ ତାଙ୍କ ପିଛା କଲେ ଏବଂ ପ୍ରାୟ ୪ କିମି ପରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ । ହଠାତ ସେମାନେ ବାଇକ ସାମ୍ନାରେ ନେଇ ଗାଡ଼ି ରଖିଦେଲେ ଏବଂ ସେମାନଙ୍କୁ ରକ୍ଷା କଲେ ।

ଗାଡ଼ି ପଛରେ ରଖା ଯାଇଥିବା ବ୍ୟାଗ ଆଦିରୁ ନିଆଁ ଲାଗିଥିଲା ।ଅବଶ୍ୟ ବାଇକରେ ନିଆଁ ଲାଗିବା ଘଟଣା ଖୁବ କମ ଦେଖିବାକୁ ମିଳେ । କିନ୍ତୁ ଯାଂଚ କରିବାର କଥା ହେଉଛି ନିଆଁ କିଭଳି ଲାଗିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More