Only for Entertainment

ରିଲିଜ ଅପେକ୍ଷାରେ ଓଲିଉଡ ଥ୍ରିଡି ଫିଲ୍ମ ‘ରହସ୍ୟ’

Odisha Sun Times
0 89

ଏବେ ଆଉ ଏକ ଓଡିଆ ସିନେମା ମୁକ୍ତିଲାଭ ଅପେକ୍ଷାରେ ରହିଛି । ଏହି ଫିଲ୍ମର ଶୀର୍ଷକ ହେଲା ‘ରହସ୍ୟ’ । ଶାନ୍ତନୁ କୁମାର ସିଅ ଏବଂ ନାରାୟଣ ସାହୁଙ୍କ ପ୍ରଯୋଜିତ ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ସୌମ୍ୟରଂଜନ ସାହୁ । ସଂଳାପ ରଚନା କରିଛନ୍ତି ବି. ଚନ୍ଦନ କୁମାର । ନୂଆ ଥ୍ରିଡି ଓଡିଆ ସିନେମା ‘ରହସ୍ୟ’ର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ବିଘ୍ନେଶ୍ୱର ପଣ୍ଡା । ନିଜେ ନିର୍ଦ୍ଦେଶକ ବିଘ୍ନେଶ୍ୱର ପଣ୍ଡା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି ଥ୍ରିଡି ଓଡିଆ ମୁଭି ‘ରହସ୍ୟ’ରେ ।

rahasya1

‘ରହସ୍ୟ’ ଜରିଆରେ ଓଲିଉଡକୁ ଫେରିଛନ୍ତି କାବ୍ୟା କିରନ । ସେ ପୂର୍ବରୁ ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ ‘କାଉଁରୀ କନ୍ୟା’ରେ ନଜର ଆସିଥିଲେ । ପ୍ରାୟ ଚାରି ବର୍ଷ ବ୍ୟବଧାନରେ ତାଙ୍କୁ ଓଡିଆ ଦର୍ଶକ ପୁଣି ଏକ ଓଡିଆ ସିନେମାରେ ଦେଖିବାକୁ ପାଇବେ । କାବ୍ୟା କିରନ ଅବଶ୍ୟ ମଝିରେ ‘ପ୍ରେମ ହୁଏ ଚୋରି ଚୋରି’ ଟାଇଟଲରେ ଅଭିନୟ କରିଥିଲେ ହେଲେ ଫିଲ୍ମଟି କିନ୍ତୁ ଅଧାରେ ଅଟକି ରହିଛି । ଏହା ଏଯାଏଁ ରିଲିଜ ହୋଇ ନାହିଁ । ଓଡିଆ ଥ୍ରିଡି ମୁଭି ‘ରହସ୍ୟ’ରେ କାବ୍ୟା ଓ ବିଘ୍ନେଶ୍ୱରଙ୍କ ବ୍ୟତୀତ ନବାଗତ ତୁଷାର, ଅଂଶୁମାନ ସାମଲ, ସୁଦୀପ୍ତା, ଜଗନ୍ନାଥ ଘୋଷ ଓ ବିକାଶ ରଂଜନ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ।

rahasya 2

ଓଡିଆ ସିନେମା ‘ରହସ୍ୟ’ର କଥାବସ୍ତୁ ୫ଜଣ ସାଙ୍ଗ ଉପରେ ଆଧାରିତ ଯେଉଁମାନେ ଏକ ପୁରୁଣା ବଙ୍ଗଳାକୁ ଯିବାପରେ କେତେକ ଅଲୌକିକ ଘଟଣା ଘଟୁଛି । ତା’ର ରହସ୍ୟ ପର୍ଦ୍ଦାଫାସ ହୋଇଛି ଏହି ସିନେମାରେ । ନୂଆ ଓଡିଆ ସିନେମା ‘ରହସ୍ୟ’ ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More