Only for Entertainment

ସୁବୁକିଛି ଭୁଲି ୟୁରୋପ ରାସ୍ତାରେ ଧୁମ ନାଚିଲେ ଦଙ୍ଗଲ ଗର୍ଲ୍ସ, ଭିଡିଓ ଭାଇରାଲ ।

Live Uttar Pradesh
0 33

ଅମିର ଖାନ ଷ୍ଟାରର ଫିଲ୍ମ ‘ଦଙ୍ଗଲ’ରେ ଫୋଗଟ ସିଷ୍ଟର ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଫାତିମା ସନା ଏବଂ ସାନ୍ୟା ମଲହୋତ୍ରା ଏବେ ୟୁରୋପରେ । ଇତି ମଧ୍ୟରେ ଦୁହିଁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏହି ରିଲ ଲାଇଫ ସିଷ୍ଟର ୟୁରୋପ ସଡକରେ ଖୁବ ମସ୍ତି କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଫାତିମା ସାନ୍ୟାଙ୍କୁ ପ୍ରପୋଜ କରିବା ପରେ ଦୁହେଁ ମସ୍ତିଭରା ଅନ୍ଦାଜରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ।

 

OMG @fatimasanashaikh ??♥️

A post shared by Sanya Malhotra ✨?⬇️ (@sanyamalhotra_) on


ଫାତିମା ଏହି ଭିଡିଓକୁ ସେୟାର କରି ଲେଖିଥିଲେ, ‘ୟୁରୋପରେ ସବୁକିଛି ବିନ୍ଦାସ ଚାଲୁଛି । ଏହା ଉପରେ ଭରସା ହେଉନି ।’ ଏହା ସହିତ ଫାତିମା କିଛି ଫଟୋ ସୋୟର କରି ଲେଖିଥିଲେ ‘ତୁମେ ଠିକ କହିଥିଲ ସାନ୍ୟା ବ୍ରେକ ନେବା କିଏ ଆମଠାରୁ ଶିଖିବା ଦରକାର । ଏହ ବିଷୟରେ ଆପଣ କ’ଣ କହୁଛନ୍ତି ।’ ଫାତିମା ଏବଂ ସାନ୍ୟାଙ୍କ ଏହି ଭିଡିଓକୁ ୪ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଦୁହିଁଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସାନ୍ୟା ଭିସାଲ ଭରଦ୍ୱାଜଙ୍କ ଫିଲ୍ମ ‘ପଟାଖା’ରେ ନଜର ଆସିବେ । ଅନ୍ୟପକ୍ଷରେ ଫାତିମ ଅମିର ଖାନଙ୍କ ସହିତ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More